Author: Sarasinee Subudhi

୭୯ତମ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ନିଜ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟ କରିଛନ୍ତି ଯେ ଭାରତ ବହୁତ କମ୍ ସମୟ ମଧ୍ୟରେ ଅପରେସନ ସିନ୍ଦୂରରେ ସଫଳତା ହାସଲ କରିଛି, କାରଣ ଆମେ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଦ୍ରୁତ ଗତିରେ ଆତ୍ମନିର୍ଭରଶୀଳତା ଆଡକୁ ଅଗ୍ରସର ହୋଇଛୁ। ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲୁ, ତେଣୁ ଶତ୍ରୁକୁ ଧୂଳି ଚଟାଇବା ପାଇଁ ସଶସ୍ତ୍ର ବାହିନୀକୁ ମାତ୍ର କିଛି ଘଣ୍ଟା ସମୟ ଲାଗିଥିଲା। ଅନେକ ବିଶେଷଜ୍ଞ ପ୍ରତିରକ୍ଷା କ୍ଷେତ୍ରର ବର୍ଦ୍ଧିତ ବଜେଟ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। କିନ୍ତୁ, ଅପରେସନ ସିନ୍ଦୂର ପ୍ରମାଣିତ କରିଛି ଯେ ଦେଶର ସୁରକ୍ଷାକୁ ରାଜନୀତିର ଶିକାର ହେବାକୁ ଦିଆଯାଇପାରିବ ନାହିଁ। ସମ୍ପ୍ରତି, ପୂର୍ବତନ ସେନା ମୁଖ୍ୟ ଜେନେରାଲ ମନୋଜ ନରଭଣେ (ଅବସରପ୍ରାପ୍ତ) ମଧ୍ୟ କହିଛନ୍ତି ଯେ ପ୍ରତିରକ୍ଷା ଉପରେ ଖର୍ଚ୍ଚ ଏକ ବୀମା ପ୍ରିମିୟମ ପରି, ଯାହାର ଆବଶ୍ୟକତା କେବଳ ଯୁଦ୍ଧର ସମ୍ମୁଖୀନ ହେବା ସମୟରେ ଜଣାପଡ଼େ। ଏହି ଚିନ୍ତାଧାରା…

Read More