Author: Sarasinee Subudhi

”ରାହୁଲ ଗାନ୍ଧୀ ବିହାରରେ ଭୋଟର ଅଧିକାର ଯାତ୍ରା କରୁଛନ୍ତି। ଏହା ସମସ୍ତଙ୍କର ଗଣତାନ୍ତ୍ରିକ ଅଧିକାର। କିନ୍ତୁ ରାହୁଲ ଗାନ୍ଧୀଙ୍କୁ ଗୋଟିଏ ପ୍ରଶ୍ନ ପଚାରିବାକୁ ପଡିବ ଯେ ସେ ନିର୍ବାଚନ ବ୍ୟତୀତ ବିହାରରେ କେବେ ରାତି ବିତାଇଛନ୍ତି କି?” ବିହାରର ସୁପୌଲରେ ଏହି ପ୍ରଶ୍ନ କରିଛନ୍ତି ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ତଥା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର । ବିହାରରେ ବିଧାନସଭା ନିର୍ବାଚନ ଅକ୍ଟୋବର-ନଭେମ୍ବରରେ ହେବାର ସମ୍ଭାବନା ଅଛି। ପ୍ରଶାନ୍ତ କିଶୋର ଏହା ପୂର୍ବରୁ ରାଜ୍ୟରେ ‘ବିହାର ବଦଲାବ ଯାତ୍ରା’ ଆରମ୍ଭ କରୁଛନ୍ତି। ପ୍ରଶାନ୍ତ କିଶୋର ଏବେ ଏନଡିଏ ଏବଂ ଇଣ୍ଡିଆ ଆଲାଏନ୍ସ ଉପରେ ଆକ୍ରମଣାତ୍ମକ ହୋଇଛନ୍ତି। ପ୍ରଶାନ୍ତ କିଶୋର ସୋମବାର ସୁପୌଲରେ ପହଞ୍ଚି ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ସେ ସାମ୍ବାଦିକଙ୍କ ସହ ମଧ୍ୟ କଥା ହୋଇଥିଲେ। ବିହାରରେ ଲାଞ୍ଚ ନେଉଥିବା ଅଧିକାରୀଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ସେ ନୀତିଶ କୁମାର ସରକାରଙ୍କୁ ଘେରିଥିଲେ ଏବଂ କହିଥିଲେ ଯେ…

Read More