Author: Sarasinee Subudhi

ଗୁରୁତର ଅପରାଧିକ ଅଭିଯୋଗରେ ଗିରଫ ହୋଇ ଲଗାତାର ୩୦ ଦିନ ପର୍ଯ୍ୟନ୍ତ ଅଟକ ରଖାଯାଇଥିବା ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀମାନଙ୍କୁ ବହିଷ୍କାର କରିବା ପାଇଁ ବିଲ୍ ଏବେ ସଂସଦର ଯୁଗ୍ମ କମିଟି (JPC)କୁ ପଠାଯାଇଛି। ବିରୋଧୀ ସାଂସଦମାନେ ଏହି ବିଲ୍ ଉପରେ କଡ଼ା ଆପତ୍ତି କରିଥିଲେ, କିନ୍ତୁ ଏବେ ଖବର ଆସିଛି ଯେ ବିରୋଧୀ ଦଳ ଏହି ବିଲ୍ ଉପରେ ଆଲୋଚନା ପାଇଁ ଗଠିତ ଜେପିସିରେ ଯୋଗଦେବେ। ଆଜି କମିଟିର ସଦସ୍ୟଙ୍କ ନାମ ମଧ୍ୟ ଘୋଷଣା ହେବାର ସମ୍ଭାବନା ରହିଛି। ବୁଧବାର ସଂସଦରେ ସମ୍ବିଧାନ (୧୩୦ତମ ସଂଶୋଧନ) ବିଲ୍, ୨୦୨୫ ସମେତ ୩ଟି ବିଲ୍ ଆଗତ ହେବା ପରେ ବିରୋଧୀ ଦଳ ଉଭୟ ଗୃହରେ ହଟ୍ଟଗୋଳ ସୃଷ୍ଟି କରିଥିଲେ। ବିଲ୍ ଉପରେ ବିରୋଧୀଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହାକୁ ବିସ୍ତୃତ ଆଲୋଚନା ପାଇଁ ଜେପିସିକୁ ପଠାଇବା ବିଷୟରେ କଥା ହୋଇଥିଲେ। ଏହା ପରେ, ପ୍ରଥମେ ଲୋକସଭା ଏବଂ…

Read More