Author: Sarasinee Subudhi

ପାକିସ୍ତାନର ସୁପ୍ରିମକୋର୍ଟ ଏକା ସାଙ୍ଗରେ ୮ଟି ମାମଲାରେ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଗୁରୁବାର ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ଇମ୍ରାନ ଖାନଙ୍କ ପାଖରେ ଲୁଚାଇବା ପାଇଁ କିଛି ନାହିଁ। ତାଙ୍କ ବିରୁଦ୍ଧରେ ମାମଲା ପୂର୍ବରୁ ଚାଲିଛି, ତେଣୁ ତାଙ୍କୁ ଜାମିନ ମିଳିବା ଉଚିତ। ଇମ୍ରାନଙ୍କୁ ମେ ୯ ତାରିଖରେ ଏକ ଦୁର୍ନୀତି ମାମଲାରେ ଗିରଫ କରାଯାଇଥିବା ବେଳେ ଏହି ମାମଲାରେ ଜାମିନ ମିଳିଛି। ସୁପ୍ରିମକୋର୍ଟର ତିନି ସଦସ୍ୟ ବିଶିଷ୍ଟ ଖଣ୍ଡପୀଠର ନେତୃତ୍ୱ ନେଉଥିବା ମୁଖ୍ୟ ବିଚାରପତି ୟାହୟା ଆଫ୍ରିଦି ଇମ୍ରାନ ଖାନଙ୍କ ଜାମିନ ଆବେଦନକୁ ଗ୍ରହଣ କରି ଲାହୋର ହାଇକୋର୍ଟର ନିଷ୍ପତ୍ତିକୁ ଖାରଜ କରିଛନ୍ତି। ୯ ମେ ୨୦୨୩ ରେ ଇମ୍ରାନଙ୍କ ସମର୍ଥକମାନେ ପାକିସ୍ତାନର ଅନେକ ଅଞ୍ଚଳରେ ସେନା ବିରୁଦ୍ଧରେ ଏକ ମୋର୍ଚ୍ଚା କାଢି ଥିଲେ। ଏହି ମୋର୍ଚ୍ଚାରେ ସେନା ବହୁତ କ୍ଷତି ସହିଥିଲା। ପ୍ରଥମ ଥର ପାଇଁ ପାକିସ୍ତାନରେ ସେନା…

Read More