Author: Sarasinee Subudhi

ବିଜେପି ସଭାପତି ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏବଂ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ହସ ହସ ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ବର୍ତ୍ତମାନ କେନ୍ଦ୍ରରେ ବିଜେପି କଂଗ୍ରେସ ପରସ୍ପର ଉପରେ ଯେଉଁ ଭଳି ବିସ୍ଫୋରକ ସ୍ଥିତିରେ ଅଛନ୍ତି ତାହା କାହାକୁ ଅଛପା ନାହିଁ । କିନ୍ତୁ ଗୁରୁବାର ଏହି ଭିନ୍ନ ରାଜନୈତିକ ଦଳର ଦୁଇ ତୁଙ୍ଗ ନେତା, ପାଖାପାଖି ବସି ହସିବା ଏବଂ କଥାବାର୍ତ୍ତା କରୁଥିବାର ଛବି ସମସ୍ତଙ୍କୁ ସଂସୟରେ ପକାଇଛି। ଦୁଇ ବିରୋଧୀ ନେତାଙ୍କ ଏତେ ସୁନ୍ଦର ଫଟୋ ଦେଖିବାର ବହୁତ ଦିନ ହୋଇଗଲା, କିନ୍ତୁ ପୁଣି ଏହି ମନୋରମ ସାକ୍ଷାତ ସହିତ ରାଜନୈତିକ କରିଡରେ ବଡ଼ ଚର୍ଚ୍ଚା ହେଉଛି। ଶାସକ ଦଳ ଏବଂ ବିରୋଧୀଙ୍କ ମଧ୍ୟରେ ଛୋଟ ଛୋଟ ପ୍ରସଙ୍ଗରେ ତିକ୍ତ ମନ୍ତବ୍ୟରୁ ହାତାହାତି ପର୍ଯ୍ୟନ୍ତ ଦୃଶ୍ୟ ଆପଣ ପ୍ରାୟତଃ ଦେଖିଥିବେ, କିନ୍ତୁ ବିରୋଧୀ ଶୀର୍ଷ ନେତାଙ୍କ ହସ…

Read More