Author: Sarasinee Subudhi

ସମ୍ପ୍ରତି ପ୍ରଚଳନରେ ଥିବା ଚାରିଆକିଆ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଢାଞ୍ଚାକୁ ବଦଳାଇ ଦୁଇଥାକିଆ କରିବାକୁ ଅର୍ଥ ମନ୍ତ୍ରଣାଳୟ ଦେଇଥିବା ପ୍ରସ୍ତାବରେ ରାଜ୍ୟଗୁଡ଼ିକ ସହମତ ହୋଇଛନ୍ତି। ଜିଏସ୍‌ଟି ହାରକୁ ନେଇ ଗଠନ କରାଯାଇଥିବା ମନ୍ତ୍ରୀଗୋଷ୍ଠୀର ଏକ ଗୁରୁତ୍ଵପୂର୍ଣ ବୈଠକରେ ଏହି ନିଷ୍ପତି ହୋଇଛି। ତେଣୁ ସୁବିଧାରେ ଏହି ପ୍ରସ୍ତାବ ଜିଏସ୍‌ଟି ପରିଷଦ ବୈଠକରେ ଗୃହୀତ ହେବା ଆଶା କରାଯାଉଛି। ଏବେ ୫%, ୧୨%, ୧୮% ଓ ୨୮% ଭଳି ଚାରିଟି ସ୍ଲାବ୍‌ରେ ବିଭିନ୍ନ ସାମଗ୍ରୀ ଓ ସେବାକୁ ଭାଗ କରାଯାଇଛି। ଦୁଇଥାକିଆ ଢାଞ୍ଚାରେ ୧୨% ଓ ୨୮% ସୁବକୁ ଉଚ୍ଛେଦ କରାଯିବ। ସବୁ ଜିନିଷ ଓ ସେବାକୁ କେବଳ ୫% ଓ ୧୮% ସ୍ଲାବ୍‌ରେ ରଖାଯିବା ଏହା ଫଳରେ ଅନେକ ଜିନିଷର ଦାମ୍ କମିବା ଆଶା କରାଯାଉଛି। ୫% ସ୍ଲାବରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବାଗୁଡିକ ରହିବ ଓ ଅବଶିଷ୍ଟ ସାମଗ୍ରୀ ଓ ସେବା ଉପରେ ୧୮ ପ୍ରତିଶତ ଜିଏସ୍‌ଟି…

Read More