Author: Sarasinee Subudhi

ରାଜ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ଶୁକ୍ରବାର ଲୋକସେବା ଭବନରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ୩ଟି ବୁଝାମଣାପତ୍ର (ଏମଓୟୁ) ସ୍ବାକ୍ଷରିତ ହୋଇଛି I ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଉପସ୍ଥିତିରେ ଆଇଆଇଟି ମାଡ୍ରାସ, ଗୋଆର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ୱାଟର ଖୋର୍ଦ୍ଧା ଏବଂ ଲାଇଟ୍ ଅଫ୍ ବୁଦ୍ଧଧର୍ମ ଫାଉଣ୍ଡେସନ୍ ଇଣ୍ଟରନ୍ୟାସନାଲ୍ ସହ ଚୁକ୍ତିନାମା ହୋଇଛି। ଓଡ଼ିଶାର ଐତିହ୍ୟ ସ୍ମାରକଗୁଡ଼ିକର ସାଇଣ୍ଟିଫିକ୍ ଢାଞ୍ଚାଗତ ଅଡିଟ୍ ଓ ସଂରକ୍ଷଣ ପାଇଁ ଆଇଆଇଟି ମାଡ୍ରାସ ବୈଷୟିକ ସହାୟତା ଯୋଗାଇବ ବୋଲି ଚୁକ୍ତି ହୋଇଛି । ଏହି ସହଯୋଗରେ ବିସ୍ତୃତ ଡକ୍ୟୁମେଣ୍ଟେସନ୍, ସାମଗ୍ରୀ ପରୀକ୍ଷଣ, ଭୂ- ବୈଷୟିକ ତଦନ୍ତ ଓ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯିବ। ଏଥିରେ ଓଡ଼ିଶାର ଐତିହ୍ୟ ସମ୍ପତ୍ତିଗୁଡ଼ିକୁ ସଂରକ୍ଷଣ ଓ ପୁନରୁଦ୍ଧାର କରିବା ଉପରେ ଧ୍ୟାନ ଦିଆଯିବ। ସେହିପରି, ଓଡ଼ିଶାରେ ଜଳଭିୱିକ ଦୁଃସାହସିକ ପର୍ଯ୍ୟଟନକୁ…

Read More