Author: TRUPTIMAYEE SAHOO

ମାଲକାନଗିରି ପରେ ପଡିଲା କୋରାପୁଟର ପାଳି | ସ୍ଥାନୀୟ ଅଞ୍ଚଳକୁ ଘେରିଛି ଇନ୍ଧନ ସଙ୍କଟ | ଓଡିଶା କୋରାପୁଟ ଜିଲ୍ଲାର ଲମତାପୁଟ ଅଞ୍ଚଳରେ ଦେଖାଦେଇଛି ଇନ୍ଧନ ଅଭାବ | ପେଟ୍ରୋଲ ଏବଂ ଡିଜେଲର ଅଭାବ ଯୋଗୁଁ ବନ୍ଦ ରହିଛି ସେଠାକାର ଅନେକ ପେଟ୍ରୋଲ ପମ୍ପ । ଗତ ଦୁଇ ଦିନ ଧରି ସ୍ଥାନୀୟ ପେଟ୍ରୋଲ ପମ୍ପଗୁଡ଼ିକରେ ଇନ୍ଧନ ଉପଲବ୍ଧ ନାହିଁ | ଯାହା ଫଳରେ ଯାତ୍ରୀ ଏବଂ ଯାନବାହନର ମାଲିକମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ବାସିନ୍ଦା | ଇନ୍ଧନର ଅଭାବ ନାହିଁ ବୋଲି ସରକାରୀ ପ୍ରତିଶ୍ରୁତି ମିଳିବା ସତ୍ତ୍ୱେ, ସଠିକ ସମୟରେ ପହଂଚି ପାରୁନି ଯୋଗାଣ | ଯାହା ଫଳରେ ପ୍ରଭାବିତ ଅଞ୍ଚଳ ସବୁରେ ପମ୍ପଗୁଡ଼ିକ ବନ୍ଦ ରହିଛି । ଯାହାପାଇଁ ପମ୍ପଗୁଡ଼ିକୁ ଯାତାୟାତ କରୁଥିବା ଲୋକମାନେ ଇନ୍ଧନ ନ ପାଇ ନିରାଶ ହୋଇ ଫେରୁଛନ୍ତି। ଚାଳକମାନେ ପ୍ରମୁଖ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏକ ପ୍ରକାର ପର୍ଯ୍ୟଟନସ୍ଥଳୀ ହୋଇଥିବା…

Read More