Author: TRUPTIMAYEE SAHOO

୧୧ଦିନ ଧରି ବାହାରିନରେ ଆତଙ୍କିତ ଅବସ୍ଥାରେ ଥିବା ଓଡ଼ିଆ ପୁଅ ସିଦ୍ଧାନ୍ତ ମିଶ୍ର ବୁଧବାର ଫେରିଛନ୍ତି ଭାରତ। ବେଙ୍ଗାଲୁରୁ ବିମାନ ବନ୍ଦରରେ ପହଞ୍ଚିବା ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବୈଦେଶିକ ବ୍ୟାପର ମନ୍ତ୍ରୀ ଏସ୍‌ ଜୟଶଙ୍କର ଏବଂ ତାଙ୍କ କମ୍ପଙ୍କନୀ କେପିଏମଜିର ବରିଷ୍ଠ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗତ ୨୮ତାରିଖରେ ଇସ୍ରାଏଲ-ଆମେରିକାକୁ ଜବାବ ଦେବା ପାଇଁ ଇରାନ ଆକ୍ରମଣ କରିଥିଲା ବାହାରିନର ଜୁଫେୟାର ଅଞ୍ଚଳରେ ଥିବା ଆମେରିକାର ଏୟାର ବେସ୍‌ରେ। ଏହି ବେସ୍‌ଠାରୁ ଗୋଟେ କିଲୋମିଟର ଦୂରରେ ଥିବା ହୋଟେଲରେ ରହୁଥିଲେ ପୁରୀ ଜିଲ୍ଲା ବୀର ହରେକୃଷ୍ଣପୁର ଗ୍ରାମର ସଫ୍ଟୱେର ଇଞ୍ଜିନିୟର ସିଦ୍ଧାନ୍ତ ମିଶ୍ର (ସିକନ)। ଭୟ ଓ ଆତଙ୍କ ଭିତରେ ତିନି ତିନିଟା ହୋଟେଲ ବଦଳାଇବା ସହ ୪ ଦିନ ଧରି ଅଖିଆ ଅପିଆରେ ରହିଥିଲେ ସେ । ଏୟାର ସ୍ପେସ୍‌ ବନ୍ଦ କାରଣରୁ ଭାରତ ସରକାର ମଧ୍ୟ ହାତ ଟେକି ଦେଇଥିଲେ। ହେଲେ ପରେ ପ୍ରଧାନମନ୍ତ୍ରୀ…

Read More