Author: TRUPTIMAYEE SAHOO

ଭାରତର ବୈଜ୍ଞାନିକମାନେ କରିଛନ୍ତି ଏକ ନୂଆ ଆବିଷ୍କାର | ଏହାକୁ ଦୁରାରୋଗ୍ୟ ପାଇଁ ଏକ ଅମୋଘ ଅସ୍ତ୍ର ହେବ ବୋଲି ମନ୍ତବ୍ୟ ମଧ୍ୟ ଦେଇଛି | ଆଉ ଏଇ ପ୍ରତିରୋଧ ସାଜିଛି ଏକ ନୂତନ ପ୍ରକାରର ଭାତ | ଯାହାକୁ ବୈଜ୍ଞାନିକ ମାନେ ବିକଶିତ କରି ସାଧାରଣ ଭାତ ଠାରୁ ତିନି ଗୁଣ ଅଧିକ ପ୍ରୋଟିନ୍ ଓ ଗ୍ଲାଇସେମିକ୍ ଇଣ୍ଡେକ୍ସ ସ୍ତର କମ୍ ଥିବା କହିଛନ୍ତି । ଏହି ଉଦ୍ଭାବନ ଲୋକଙ୍କ ଖାଦ୍ୟ ଅଭ୍ୟାସକୁ ପରିବର୍ତ୍ତନ ନକରି ମଧୁମେହ, କୁପୋଷଣ ଏବଂ ଶରୀରରେ ପୃଷ୍ଟିକର ଅଭାବକୁ ଦୂର କରିବାରେ ସାହାଯ୍ୟ କରିପାରିବ। ଭାତ ହେଉଛି ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ମଧ୍ୟରୁ ଅନ୍ୟତମ | ଭାରତର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଦୈନନ୍ଦିନ ଖାଦ୍ୟର ମେରୁଦଣ୍ଡ ହେଉଛି ଭାତ | ମଧ୍ୟାହ୍ନ ଭୋଜନରେ ପରିବେଷଣ କରାଯାଉଥିବା ଷ୍ଟିମ୍ ପ୍ଲେଟ୍ ଠାରୁ ଆରମ୍ଭ କରି ସାରା ଦେଶର ରୋଷେଇ ଘରେ ପ୍ରେସର କୁକରର…

Read More