Author: TRUPTIMAYEE SAHOO

ଦେଶରେ ମାନସିକ ସ୍ୱାସ୍ଥ୍ୟକୁ ସଙ୍କଟ ବୃଦ୍ଧି ପାଉଥିଲେ ମଧ୍ୟ , ଗତ ପାଞ୍ଚ ବର୍ଷ ମଧ୍ୟରେ କେନ୍ଦ୍ର ଏବଂ ରାଜ୍ୟରୁ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ପାଣ୍ଠିର ଯଥେଷ୍ଟ ହ୍ରାସ ପାଇଥିବା ଦେଖାଯାଇଛି | ସରକାରୀ ତଥ୍ୟ ଦର୍ଶାଉଛି ଯେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଅନୁମୋଦିତ ପାଣ୍ଠିର ପ୍ରାୟ ୫୦ପ୍ରତିଶତ ଖର୍ଚ୍ଚ କରିଛନ୍ତି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବଙ୍କ ଦ୍ୱାରା ଶୁକ୍ରବାର ଲୋକସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ୨୦୨୦-୨୧ ଏବଂ ୨୦୨୪-୨୫ ମଧ୍ୟରେ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (DMHPs) ଅଧୀନରେ ମାନସିକ ସ୍ୱାସ୍ଥ୍ୟ ପାଇଁ ଅନୁମୋଦିତ ହୋଇଛି ୬୯୧.୨୪କୋଟି | ଯେଉଁଥିରୁ ପାଞ୍ଚ ବର୍ଷ ମଧ୍ୟରେ ଏଯାବତ ଖର୍ଚ୍ଚ ହୋଇଛି ମାତ୍ର ୩୨୮.୨୭କୋଟି ଟଙ୍କା | ଯାହା ମୋଟ ଆବଣ୍ଟନର ପ୍ରାୟ ୪୭.୫ପ୍ରତିଶତ। DMHP କାର୍ଯ୍ୟକଳାପ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ଦ୍ୱାରା ପରିଚାଳିତ ହୁଏ । ଏଥିରେ ଜିଲ୍ଲାଗୁଡ଼ିକରେ ବାହ୍ୟ…

Read More