Author: TRUPTIMAYEE SAHOO

ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପରେ ଆଜି ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ବହୁ ପ୍ରତିକ୍ଷିତ ଓଡ଼ିଆ ସିନେମା ‘ମନ୍ତ୍ର ମୁଗ୍‌ଧ’ ର ଏକ ଭବ୍ୟ ଟିଜର ଲୋକାର୍ପଣ ଉତ୍ସବ ୧୪ ତାରିଖ, ଶନିବାର ସନ୍ଧ୍ୟାରେ ସ୍ଥାନୀୟ ବୁଦ୍ଧ ଜୟନ୍ତୀ ପାର୍କଠାରେ ଅନୁଷ୍ଠିତ ହୋଇଯାଇଛି । ଓଲିଉଡ ଇତିହାସରେ ପ୍ରଥମ ଥର ପାଇଁ ଅତ୍ୟାଧୁନିକ ‘ଏଲଇଡି ଡ୍ରୋନ୍ ପ୍ରଦର୍ଶନୀ’ ମାଧ୍ୟମରେ ଚଳଚ୍ଚିତ୍ରର ଟିଜରକୁ ଆକାଶ ମାର୍ଗରେ ପ୍ରଦର୍ଶିତ କରାଯାଇ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରାଯାଇଛି। ପ୍ରାୟ ୪୦ ମିନିଟ୍ ଧରି ଚାଲିଥିବା ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ତିନୋଟି ଡ୍ରୋନ୍ ସାହାଯ୍ୟରେ ଶହେ ଫୁଟ ଉଚ୍ଚତାରେ ଏକ ଭିଜୁଆଲ୍ ସିକୁଏନ୍ସ ପ୍ରସ୍ତୁତ କରାଯାଇଥିଲା । ଏହା ମାଧ୍ୟମରେ ଚଳଚ୍ଚିତ୍ରର କାଳ୍ପନିକ ତଥା ରହସ୍ୟମୟ ଦୁନିଆର କିଛି ଝଲକ ଦର୍ଶକଙ୍କ ସାମ୍ନାକୁ ଆସିଥିଲା । ପୂର୍ବରୁ ଏଭଳି ପ୍ରଚାର ଶୈଳୀ କେବଳ ବଡ଼ ବଜେଟର ବଲିଉଡ୍…

Read More