Author: TRUPTIMAYEE SAHOO

ଓଡ଼ିଶା ରାଜନୀତିର ଇତିହାସରେ ଯେଉଁ ଦଳ ‘ଶଙ୍ଖ’ ଚିହ୍ନକୁ ସ୍ୱାଭିମାନର ପ୍ରତୀକ ଭାବେ ଗ୍ରହଣ କରିଥିଲା, ସେହି ଦଳର କର୍ମୀ ଓ ନେତାମାନେ ଏବେ ନିଜକୁ ପ୍ରତାରିତ ମନେ କରୁଛନ୍ତି। ନିଜକୁ ‘ବିଜୁ ପଟ୍ଟନାୟକଙ୍କ ଶିଷ୍ୟ’ ବୋଲି କହୁଥିବା ଲକ୍ଷ ଲକ୍ଷ କର୍ମୀଙ୍କ ଅକ୍ଲାନ୍ତ ପରିଶ୍ରମରେ ଗଢ଼ା ହୋଇଥିବା ବିଜୁ ଜନତା ଦଳ (ବିଜେଡି) ଆଜି ଏକ ଅଜ୍ଞାତ ଭବିଷ୍ୟତ ଆଡ଼କୁ ଗତି କରୁଛି। ଏହାର କାରଣ ହେଉଛି— ଖୋଦ୍ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଗଠିତ ‘ବିଜୁ-ନବୀନ ଇନ୍ସପିରେସନାଲ ଫାଉଣ୍ଡେସନ’। ନୂଆଦିଲ୍ଲୀରେ ପଞ୍ଜିକୃତ ହୋଇଥିବା ଏକ ୨୩ ପୃଷ୍ଠାର ଦଲିଲ ଏବେ ଓଡ଼ିଶା ରାଜନୀତିରେ ଭୂକମ୍ପ ସୃଷ୍ଟି କରିଛି, ଯାହା ଦର୍ଶାଉଛି ଯେ ନବୀନ ନିଜର ସମସ୍ତ ରାଜନୈତିକ ଓ ଆର୍ଥିକ ଉତ୍ତରାଧିକାରକୁ ତାଙ୍କର ଖାସ୍ ଅନୁଗତ ଭି.କେ. ପାଣ୍ଡିଆନଙ୍କ ହାତକୁ ଟେକି ଦେଇଛନ୍ତି। ୧. ଗୁପ୍ତ ରଣନୀତି: ଦିଲ୍ଲୀ ଦରବାରରେ ‘ଇର୍‌ରିଭୋକେବୁଲ’ ଟ୍ରଷ୍ଟ …

Read More