Author: TRUPTIMAYEE SAHOO

ଓଡିଶା ରାଜ୍ୟସଭା ନିର୍ବାଚନ ସମୟରେ କ୍ରସ୍ ଭୋଟିଂ କରିଥିବା କଂଗ୍ରେସ ବିଧାୟକ ସୋଫିଆ ଫିରଦୌସ ବର୍ତ୍ତମାନ ଖବର ଶୀର୍ଷକରେ ଅଛନ୍ତି । କଂଗ୍ରେସ ଦଳ ତାଙ୍କୁ ଦଳୀୟ ପଦରୁ ବହିଷ୍କାର କରିଛି । କଟକର ପୂର୍ବତନ ବିଧାୟକ ଏବଂ ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ଝିଅ ସୋଫିଆ | ୨୦୨୪ ବିଧାନସଭା ନିର୍ବାଚନରେ ​​ବିଜେପି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ପରାସ୍ତ କରି ବିଜୟ ହାସଲ କରିଥିଲେ ସେ । ଏପରି କରି, ଓଡିଶା ଇତିହାସରେ ପ୍ରଥମ ମହିଳା ମୁସଲିମ ବିଧାୟକ ହୋଇଥିଲେ । ବିଧାୟକ ଭାବରେ ନିର୍ବାଚିତ ହେବା ପରେ ସୋଫିଆଙ୍କୁ ମିଳିଥିଲା ଅନେକ ଶୁଭେଚ୍ଛା ଓ ସମ୍ମାନ | ଏବେ ପୁଣି ଥରେ, ସୋଫିଆ ଆସିଛନ୍ତି ଲାଇମ୍-ଲାଇଟ୍ କୁ | ଲୋକମାନେ ତାଙ୍କ ବିଷୟରେ ଅଧିକ ଜାଣିବା ପାଇଁ ସୋସିଆଲ ମିଡିଆରେ ସନ୍ଧାନ କରୁଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ , ସୋଫିଆ ଫିରଦୌସଙ୍କ ବିଷୟରେ କିଛି କମ୍…

Read More