Author: TRUPTIMAYEE SAHOO

ମଙ୍ଗଳବାର ରାଜଧାନୀର ବକ୍ସି ଜଗବନ୍ଧୁ ବିଦ୍ୟାଧର (ବିଜେବି) ସ୍ୱୟଂଶାସିତ କଲେଜ ହଷ୍ଟେଲ ପରିସରରେ ଘଟିଛି ତୁମୁଳ କାଣ୍ଡ | ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଘଟିଯାଇଛି ଏକ ବଡ ହିଂସାତ୍ମକ ସଂଘର୍ଷ | ଉତ୍ୟକ୍ତ ଛାତ୍ରଗୋଷ୍ଠି ପରସ୍ପର ମଧ୍ୟରେ ୨୫ରୁ ଅଧିକ ପିଲାଙ୍କୁ ଆହତ କରିଥିଲେ । ତେବେ ଏହି ଘଟଣାଟି ଅଶୋକ ହଷ୍ଟେଲ ଏବଂ ଆମ୍ବେଦକର ହଷ୍ଟେଲର ଛାତ୍ରମାନଙ୍କ ମଧ୍ୟରେ ଘଟିଥିବା ଜଣାପଡ଼ିଛି | ଯାହା କଲେଜ କ୍ୟାମ୍ପସକୁ ଏକ ରଣକ୍ଷେତ୍ରରେ ପରିଣତ କରିଥିଲା । ସୂଚନା ଅନୁଯାୟୀ, ଅଶୋକ ହଷ୍ଟେଲରେ ଏକ ବିଦାୟକାଳୀନ ପାର୍ଟି ସମୟରେ ବାଜୁଥିବା ଗୀତ ବନ୍ଦ କରିବାକୁ ନେଇ ବିବାଦ ଓ ପରେ ଏପରି ସଂଘର୍ଷ ଆରମ୍ଭ ହୋଇଥିଲା । ଏକ ସାମାନ୍ୟ ଯୁକ୍ତିତର୍କ ଭାବରେ ଆରମ୍ଭ ହୋଇଥିବା କଥା ଆଖିପିଛୁଳାକେ ଏକ ବଡ଼ ଧରଣର ମୁହାଁମୁହିଁରେ ପରିଣତ ହୋଇଥିଲା | ଉଭୟ ଗୋଷ୍ଠୀର ଛାତ୍ର ବୋତଲ, ଲାଠି ଏବଂ ପଥର ବ୍ୟବହାର କରି…

Read More