Author: TRUPTIMAYEE SAHOO

ମୃତ ବ୍ୟକ୍ତିମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ପଡ଼ି ରହିଥିବା ଦାବିହୀନ ପାଣ୍ଠି ସମ୍ପର୍କରେ ତଥ୍ୟ ମାଗିଲେ ମାନ୍ୟବର ସୁପ୍ରିମକୋର୍ଟ | ସମ୍ଭାବ୍ୟ ଠକେଇ ଉପରେ ଚିନ୍ତା ପ୍ରକାଶ କଲେ କୋର୍ଟ | ମଙ୍ଗଳବାର ଦିନ କେନ୍ଦ୍ର ସରକାର ଏବଂ ଆରବିଆଇ ସାମ୍ନାରେ କିଛି ପ୍ରଶ୍ନ ରଖିଛନ୍ତି ସୁପ୍ରିମକୋର୍ଟ |”ମୃତ ବ୍ୟକ୍ତିମାନଙ୍କ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ ବିବରଣୀ ସେମାନଙ୍କ ଉତ୍ତରାଧିକାରୀଙ୍କୁ କାହିଁକି ପ୍ରଦାନ କରାଯାଇପାରିବ ନାହିଁ ? ଯାହା ଦ୍ୱାରା ସେମାନେ ଦାବିହୀନ ପାଣ୍ଠିକୁ ପ୍ରବେଶ କରିପାରିବେ।” ବିଚାରପତି ବିକ୍ରମ ନାଥଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ୨୦୨୨ରେ ଦାୟର ହୋଇଥିବା ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ)ର ଶୁଣାଣି କରୁଥିଲେ | ଯାହା ନିବେଶକ ଏବଂ ଜମାକାରୀଙ୍କ ଦାବିହୀନ ପାଣ୍ଠି ସହିତ ଜଡିତ | ଯାହା ଆଜିବି ସେମାନଙ୍କର ପ୍ରକୃତ ଉତ୍ତରାଧିକାରୀଙ୍କ ପାଇଁ ଅପହଞ୍ଚ। ଆବେଦନକାରୀଙ୍କ ପକ୍ଷରୁ ଉପସ୍ଥିତ ଓକିଲ ପ୍ରଶାନ୍ତ ଭୂଷଣ କହିଛନ୍ତି ଯେ ସମସ୍ୟା ସେତେବେଳେ ଉପୁଜେ ଯେତେବେଳେ ଜଣେ ମୃତ ବ୍ୟକ୍ତିଙ୍କ…

Read More