Author: TRUPTIMAYEE SAHOO

ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୂର୍ବତନ ଏଡିସି (Aide-de-Camp) ତଥା ଭାରତୀୟ ସେନାର ପୂର୍ବତନ ଅଧିକାରୀ ମେଜର ଋଷଭ ସିଂହ ସାମ୍ବ୍ୟାଲ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସେନାରୁ ସମୟପୂର୍ବ ଅବସର ନେବା ପରେ ଏବେ ସେ ଡିଜିଟାଲ୍ କଣ୍ଟେଣ୍ଟ କ୍ରିଏସନ୍ ଜଗତରେ ପାଦ ଥାପିଛନ୍ତି ଏବଂ ଲୋକପ୍ରିୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଇନ୍ସଟାଗ୍ରାମ୍‌ରେ ଏକ ‘ପେଡ୍ ସବ୍‌ସ୍କ୍ରିପସନ୍ ମଡେଲ୍’ ଆରମ୍ଭ କରିଛନ୍ତି। ନିଜର ଏକ୍ସକ୍ଲୁସିଭ୍ ପୋଷ୍ଟ, ଭିଡିଓ ଏବଂ କ୍ୟାରିୟର୍ ଗାଇଡାନ୍ସ ପାଇଁ ସେ ପ୍ରଶଂସକଙ୍କ ଠାରୁ ମାସିକ ଶୁଳ୍କ ଧାର୍ଯ୍ୟ କରିବା ପରେ ଇଣ୍ଟରନେଟ୍‌ରେ ତୀବ୍ର ବିତର୍କ ଆରମ୍ଭ ହୋଇଛି। କେବଳ ଇନ୍ସଟାଗ୍ରାମ୍ ସବ୍‌ସ୍କ୍ରିପସନ୍ ଜରିଆରେ ସେ ବାର୍ଷିକ ପ୍ରାୟ ୩୫ ରୁ ୪୦ ଲକ୍ଷ ଟଙ୍କାର ମୋଟା ଅଙ୍କର ଆୟ କରିବାକୁ ଯାଉଥିବା ଆକଳନ କରାଯାଇଛି। କେତେ ଫି’ ଏବଂ କେତେ ହେବ ରୋଜଗାର? ମେଜର ଋଷଭ ସିଂହ ସାମ୍ବ୍ୟାଲ ଇନ୍ସଟାଗ୍ରାମ୍‌ରେ ଆରମ୍ଭ କରିଥିବା ସବ୍‌ସ୍କ୍ରିପସନ୍…

Read More