Author: TRUPTIMAYEE SAHOO

ରାଜନୀତିରେ ‘କର୍ମ’ର ଫଳ ଅତି ସାଂଘାତିକ ହୋଇଥାଏ। ଯେତେବେଳେ ଆପଣ ନିଜର ସ୍ୱାର୍ଥ ପାଇଁ ଶତ୍ରୁକୁ ବନ୍ଧୁ ବୋଲି ଗ୍ରହଣ କରନ୍ତି, ସେତେବେଳେ ସେହି ବନ୍ଧୁତ୍ୱ କେବେ ଯେ ପଛପଟୁ ଛୁରୀ ମାରିବ, ତାହା କହିବା ମୁସ୍କିଲ। ଓଡ଼ିଶାରେ ୨୪ ବର୍ଷ ଧରି ଶାସନ ଗାଦିରେ ଥିବା ବିଜୁ ଜନତା ଦଳ (ବିଜେଡି) ପାଇଁ ଏବେ ସେମିତି କିଛି ସମୟ ଆସିଛି। ବିଜେପି ସାଂସଦ ନିଶିକାନ୍ତ ଦୁବେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ‘ସିଆଇଏ ଏଜେଣ୍ଟ’ କହିବା ପରେ ବିଜେଡି ଯେଉଁ ତୁମ୍ବିତୋଫାନ କରୁଛି, ତାହାକୁ ନେଇ ଏବେ ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। କିନ୍ତୁ ସବୁଠାରୁ ବଡ଼ ଝଟକା ଦେଇଛନ୍ତି ତୃଣମୂଳ କଂଗ୍ରେସର ଫାୟାରବ୍ରାଣ୍ଡ ସାଂସଦ ତଥା ବିଜେଡିର ପୂର୍ବତନ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ପତ୍ନୀ ମହୁଆ ମୋଇତ୍ରା। ମହୁଆଙ୍କ ଏହି ବୟାନ ବିଜେଡି ନେତୃତ୍ୱକୁ କେବଳ ଆଇନା ଦେଖାଇ ନାହିଁ, ବରଂ ଦଳର ଅତୀତର ରଣନୈତିକ…

Read More