Author: TRUPTIMAYEE SAHOO

ଓଡ଼ିଶା ରାଜନୀତିର ସବୁଠାରୁ ବଡ଼ ଖବର। ଧାର୍ଯ୍ୟ ସମୟର ୫ ଦିନ ପୂର୍ବରୁ ଶେଷ ହୋଇଯାଇଛି ବିଧାନସଭାର ବଜେଟ୍ ଅଧିବେଶନ। ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ମାର୍ଚ୍ଚ ୩୧ ବିଳମ୍ବିତ ରାତିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଛି। କିନ୍ତୁ ପ୍ରଶ୍ନ ଉଠୁଛି, ଏହି ୨୨ ଦିନର ଅଧିବେଶନରେ ଓଡ଼ିଶାବାସୀଙ୍କୁ କଣ ମିଳିଲା? ବିରୋଧୀଙ୍କ ହଟ୍ଟଗୋଳ ଏବଂ ସରକାରଙ୍କ ରଣନୀତି ଭିତରେ କେଉଁଠି ହଜିଗଲା କି ଜନସାଧାରଣଙ୍କ ସମସ୍ୟା? ଆଜିର ଏହି ସ୍ପେଶାଲ ରିପୋର୍ଟରେ ଆମେ କରିବା ପୂରା ପୋଷ୍ଟମର୍ଟମ। ଏଥର ବିଧାନସଭାରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଥିଲା। ରାଜ୍ୟସଭା ନିର୍ବାଚନରେ ପରାଜୟ ପରେ ବିଜେଡି ଏବଂ କଂଗ୍ରେସ ଏକାଠି ହୋଇ ଶାସକ ଦଳକୁ ଘେରିଥିଲେ। ମୁଖ୍ୟ ପ୍ରସଙ୍ଗ ଥିଲା— କଟକ ଏସସିବି ମେଡିକାଲରେ ଘଟିଥିବା ଅଗ୍ନିକାଣ୍ଡ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ କୋକେଇ ଶୋଭାଯାତ୍ରା କଲେ, ଶ୍ରାଦ୍ଧ ଦେଲେ, ଏପରିକି…

Read More