Author: TRUPTIMAYEE SAHOO

ଓଡ଼ିଶାରେ ବିଜେଡି ଶାସନ ସମୟରେ ବିକାଶର ଡିଣ୍ଡିମ ପିଟାଯାଉଥିଲା, କିନ୍ତୁ ଏବେ ସିଏଜି ରିପୋର୍ଟ ଯେଉଁ ତଥ୍ୟ ଆଣିଛି, ତାହା ଶୁଣିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ। ଗରିବ ଶିଶୁ, ଗର୍ଭବତୀ ମହିଳା ଏବଂ ସ୍କୁଲ ପିଲାଙ୍କ ପେଟରୁ ଦାନା ଛଡ଼ାଇ ନେଇଛନ୍ତି ଦୁର୍ନୀତିଖୋର ଅଧିକାରୀ ଓ ନେତା। ପ୍ରାୟ ୫ ହଜାର କୋଟି ଟଙ୍କାରୁ ଅଧିକ ପାଣ୍ଠିରେ କିଭଳି ହରିଲୁଟ୍ ହୋଇଛି, ଆସନ୍ତୁ ଜାଣିବା ଆଜିର ଏହି ସ୍ପେଶାଲ ରିପୋର୍ଟରେ। ଟଙ୍କା ଥାଇ ବି ସେବା ମିଳିଲାନି ସିଏଜିଙ୍କ ରିପୋର୍ଟ ଅନୁସାରେ, ୨୦୧୮ରୁ ୨୦୨୩ ମଧ୍ୟରେ ରାଜ୍ୟ ପାଖରେ ୫୧୨୮ କୋଟି ଟଙ୍କା ଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା, ପ୍ରାୟ ୩୮୧ କୋଟି ଟଙ୍କା ଖର୍ଚ୍ଚ ନହୋଇ ପଡ଼ିରହିଲା। କେବଳ ସେତିକି ନୁହେଁ, ସଠିକ୍ ସମୟରେ ହିସାବ ବା ୟୁସି ଦେଇନପାରିବାରୁ କେନ୍ଦ୍ର ସରକାର ଓଡ଼ିଶାର ପ୍ରାୟ ୩୩୯ କୋଟି ଟଙ୍କାର ଅନୁଦାନ କାଟିଦେଲେ। ଅର୍ଥାତ୍ ଅପାରଗ ପ୍ରଶାସନ ପାଇଁ…

Read More