Author: TRUPTIMAYEE SAHOO

ଭାରତର ସାମରିକ ଇତିହାସରେ ୨୦୨୬ ଏପ୍ରିଲ ୩ ତାରିଖ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଭାବେ ଲିପିବଦ୍ଧ ହୋଇଛି। ଦେଶର ସାମୁଦ୍ରିକ ସୀମାକୁ ସୁରକ୍ଷିତ କରିବା ଏବଂ ଶତ୍ରୁ ପକ୍ଷର ଯେକୌଣସି ଦୁଃସାହସର ମୁନତୋଡ଼ ଜବାବ ଦେବା ପାଇଁ ଭାରତୀୟ ନୌସେନାରେ ଏକାସଙ୍ଗେ ଦୁଇଟି ଶକ୍ତିଶାଳୀ ଯୁଦ୍ଧାସ୍ତ୍ର ସାମିଲ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି ଯେ, ଭାରତର ତୃତୀୟ ସ୍ୱଦେଶୀ ପରମାଣୁ ସବମେରିନ୍ ‘ଆଇଏନଏସ ଆରିଧମାନ’ (INS Aridhaman) ଏବଂ ଅତ୍ୟାଧୁନିକ ଷ୍ଟିଲଥ୍ ଫ୍ରିଗେଟ୍ ‘ଆଇଏନଏସ ତାରାଗିରି’ (INS Taragiri) କୁ ଆଜି ଆନୁଷ୍ଠାନିକ ଭାବେ କମିଶନ କରାଯାଇଛି। ଆରିଧମାନ: ସମୁଦ୍ର ତଳର ‘ନିଶବ୍ଦ ଶିକାରୀ’ ପ୍ରତିରକ୍ଷା ମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ‘ଆରିଧମାନ’ ହେଉଛି ଭାରତର ତୃତୀୟ ସ୍ୱଦେଶୀ ନିର୍ମିତ ପରମାଣୁ ଚାଳିତ ବାଲିଷ୍ଟିକ୍ ମିସାଇଲ୍ ସବମେରିନ୍ (SSBN)। ପୂର୍ବରୁ ଆଇଏନଏସ ଆରିହନ୍ତ ଏବଂ ଆଇଏନଏସ ଅରିଘାଟ୍ ପରେ ଏହା ଭାରତର ‘ନ୍ୟୁକ୍ଲିୟର ଟ୍ରାଏଡ୍’…

Read More