Author: TRUPTIMAYEE SAHOO

କୁହାଯାଏ, “ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ”। କିନ୍ତୁ ଯେତେବେଳେ ସେହି ଇଚ୍ଛାଶକ୍ତି ସହ କଠିନ ପରିଶ୍ରମ ଓ ଅତୁଟ ସଙ୍କଳ୍ପ ମିଶିଯାଏ, ସେତେବେଳେ ଇତିହାସ ରଚନା ହୁଏ। ଏମିତି ଏକ ଅସାଧାରଣ କାହାଣୀ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ହେଉଛି ଶକୁନ୍ତଳା ଦେବୀଙ୍କ କାହାଣୀ, ଯିଏ କୌଣସି ସରକାରୀ ସାହାଯ୍ୟ କିମ୍ବା ପ୍ରଶାସନର ମାଗଣା ପ୍ରତିଶ୍ରୁତିକୁ ଚାହିଁ ରହିନଥିଲେ। ଗାଁର ଶୋଷ ମେଣ୍ଟାଇବା ପାଇଁ ସେ ଏକାକୀ କୋଡ଼ି-ଶାବଳ ଧରିଲେ ଏବଂ ଲଗାତାର ୬୦ ଦିନର ପରିଶ୍ରମ ପରେ ଏକ କୂଅ ଖୋଳି ବାହାର କରିଛନ୍ତି। ୧. ଅଭାବରୁ ଆରମ୍ଭ ହେଲା ଅଭିଯାନ ଭାରତର ଅନେକ ଗ୍ରାମାଞ୍ଚଳରେ ଆଜି ବି ଜଳ ସଙ୍କଟ ଏକ ବଡ଼ ସମସ୍ୟା। ଶକୁନ୍ତଳା ରହୁଥିବା ଚନ୍ଦକା ଡମପଡ଼ା ଅଞ୍ଚଳରେ ମଧ୍ୟ ପରିସ୍ଥିତି କିଛି ଅଲଗା ନ ଥିଲା। ମହିଳାମାନଙ୍କୁ ପାଣି ମୁନ୍ଦେ ପାଇଁ ମାଇଲ୍ ମାଇଲ୍ ପଥ…

Read More