Author: TRUPTIMAYEE SAHOO

ଏପ୍ରିଲ ପହିଲା, ଓଡ଼ିଶା ପ୍ରଦେଶ ଗଠନର ଏକ ଗୌରବମୟ ଦିବସ। ସମଗ୍ର ରାଜ୍ୟ ଯେତେବେଳେ ଉତ୍କଳ ଦିବସର ଶୁଭେଚ୍ଛାରେ ମଗ୍ନ ଥିଲା, ଠିକ୍ ସେହି ସମୟରେ ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ଏକ ଅଜବ ‘ଉପହାର’ ପ୍ରଦାନ କରିଛନ୍ତି। ରାଜ୍ୟରେ ମଦର ପ୍ରସାର ଓ ରାଜସ୍ୱ ବୃଦ୍ଧିକୁ ପ୍ରାଥମିକତା ଦେଇ ସରକାର ଏକ ନୂତନ ଅବକାରୀ ନୀତି ଘୋଷଣା କରିଛନ୍ତି। ପର୍ଯ୍ୟଟନର ବିକାଶ ଆଳରେ ଏବେ ଓଡ଼ିଶାର ଶାନ୍ତ ବେଳାଭୂମି, ନଦୀ ପଠା ଏବଂ ଜଳଭଣ୍ଡାର କୂଳରେ ‘ମଦ କୁଡ଼ିଆ’ ବା ବିଚ୍ ସାକ୍ସ (Beach Shacks) ଖୋଲିବାକୁ ସବୁଜ ସଙ୍କେତ ମିଳିଛି। ତେବେ ଏହି ନିଷ୍ପତ୍ତିରେ ସରକାର ଯେଉଁ ଚାଲାକି କରିଛନ୍ତି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପୁରୀକୁ ବାଦ୍, ବାକି ଓଡ଼ିଶାରେ ‘କୁଡ଼ିଆ’ କ୍ରାନ୍ତି ଗତବର୍ଷ ଯେତେବେଳେ ସରକାର ବେଳାଭୂମିରେ ମଦ କୁଡ଼ିଆ ଖୋଲିବାକୁ ପ୍ରସ୍ତାବ ଦେଇଥିଲେ, ସେତେବେଳେ ପୁରୀ ଭଳି ଆଧ୍ୟାତ୍ମିକ କ୍ଷେତ୍ରରେ ଏହାର ତୀବ୍ର ବିରୋଧ…

Read More