Author: TRUPTIMAYEE SAHOO

ଭାରତର ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଯୁଦ୍ଧ ବିମାନ ‘ତେଜସ’ (Tejas Mk-1A) ଏବେ ଚର୍ଚ୍ଚାରେ। କିନ୍ତୁ ଏହି ଚର୍ଚ୍ଚା କୌଣସି ନୂଆ ସଫଳତା ପାଇଁ ନୁହେଁ, ବରଂ ଏହାର ଇଞ୍ଜିନ୍ ଯୋଗାଣରେ ହେଉଥିବା ବିଳମ୍ବ ପାଇଁ। ଭାରତର ସରକାରୀ ପ୍ରତିରକ୍ଷା ସଂସ୍ଥା ହାଲ୍‍ (Hindustan Aeronautics Limited) ଏବେ ଆମେରିକୀୟ କମ୍ପାନୀ ଜିଇ ଏରୋସ୍ପେସ୍‍ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଯୁଦ୍ଧ ବିମାନର ଇଞ୍ଜିନ୍ ଯୋଗାଣରେ ବିଳମ୍ବ କରିଥିବାରୁ ହାଲ ଏହି ଆମେରିକୀୟ କମ୍ପାନୀ ଉପରେ ମୋଟା ଅଙ୍କର ଜରିମାନା ବା ‘Penalties’ ଲଗାଇଛି। ଏହି ବିବାଦ କାହିଁକି ସୃଷ୍ଟି ହେଲା ଏବଂ ଭାରତର ବାୟୁସେନା ଉପରେ ଏହାର କି ପ୍ରଭାବ ପଡ଼ିବ। ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇଁ ୮୩ଟି ‘ତେଜସ Mk-1A’ ଯୁଦ୍ଧ ବିମାନ ପାଇଁ ହାଲ ଏବଂ ବାୟୁସେନା ମଧ୍ୟରେ ଚୁକ୍ତି ହୋଇଛି। ଏହି ବିମାନଗୁଡ଼ିକରେ ବ୍ୟବହୃତ ହେବାକୁ ଥିବା F404-IN20 ଇଞ୍ଜିନ୍ ଯୋଗାଣ…

Read More