Author: TRUPTIMAYEE SAHOO

ପଶ୍ଚିମବଙ୍ଗର ରାଜନୀତି ଏବେ ଏମିତି ଏକ ମୋଡ଼ରେ ପହଞ୍ଚିଛି ଯେଉଁଠି ଆଇନ ଶୃଙ୍ଖଳା ଏବଂ ଗଣତନ୍ତ୍ରକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବେ ପଶ୍ଚିମବଙ୍ଗରେ ୧୫ ଦିନ ପାଇଁ ରହିବାକୁ ନିଷ୍ପତ୍ତି ନେଇଛନ୍ତି। କୌଣସି ରାଜ୍ୟରେ ନିର୍ବାଚନ ସମୟରେ ଗୃହମନ୍ତ୍ରୀ ଏତେ ଦିନ ଧରି କ୍ୟାମ୍ପ୍ କରିବା ଏକ ଅଭାବନୀୟ ଘଟଣା। କିନ୍ତୁ ଏହା ପଛରେ ରହିଛି ମାଲଦାର ସେହି ସାଂଘାତିକ ଘଟଣା, ଯାହା ସାରା ଦେଶକୁ ଚକିତ କରିଦେଇଛି। ଆଜିର ଏହି ବିଶେଷ ରିପୋର୍ଟରେ ଆମେ ଜାଣିବା, ମାଲଦାରେ କ’ଣ ଘଟିଥିଲା ଏବଂ ଅମିତ ଶାହାଙ୍କ ଏହି ରଣନୀତି ପଶ୍ଚିମବଙ୍ଗ ରାଜନୀତିକୁ କେଉଁ ଦିଗକୁ ନେଇଯିବ। ମାଲଦା ଘଟଣା – ନ୍ୟାୟିକ ଅଧିକାରୀଙ୍କୁ ବନ୍ଧକ! ଏପ୍ରିଲ୍ ପହିଲାରେ ଯେତେବେଳେ ସାରା ଦେଶ ନୂଆ ଆର୍ଥିକ ବର୍ଷ ଆରମ୍ଭ କରୁଥିଲା, ସେତେବେଳେ ପଶ୍ଚିମବଙ୍ଗର ମାଲଦାରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ…

Read More