Author: TRUPTIMAYEE SAHOO

ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଘୋଷିତ ବିଦ୍ୟୁତ୍ କାଟ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦେଇଛନ୍ତି କଠୋର ଚେତାବନୀ । ସେ କହିଛନ୍ତି ଯେ ଏପରି ବିଭ୍ରାଟ ପାଇଁ ଦାୟୀ ଅଧିକାରୀମାନଙ୍କୁ ଜେଲଦଣ୍ଡ ଭୋଗିବାକୁ ପଡିବ। ଗ୍ରୀଷ୍ମ ମାସରେ ଅନିର୍ଦ୍ଧାରିତ ବିଦ୍ୟୁତ୍ ବିଭ୍ରାଟର ବାରମ୍ବାର ଅଭିଯୋଗ ଆସିବା ପରେ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ଏପରି ନିର୍ଦ୍ଦେଶ ଦେଇଛନ୍ତି । ଅଧିକାରୀ ଏବଂ କମ୍ପାନୀଗୁଡ଼ିକୁ ଚେତାବନୀ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ବିଦ୍ୟୁତ୍ ବଣ୍ଟନ କମ୍ପାନୀ ଏବଂ ଅଧିକାରୀମାନଙ୍କୁ ଏକ କଠୋର ଚେତାବନୀ ଦେଇଛନ୍ତି । ସେ ଗୁରୁତ୍ୱାରୋପ କରିଛନ୍ତି ଯେ , ରାଜ୍ୟ ସରକାର ଅଘୋଷିତ ବିଭ୍ରାଟକୁ ସହ୍ୟ କରିବେ ନାହିଁ । ନିରବଚ୍ଛିନ୍ନ, ଉଚ୍ଚମାନର ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମାଝୀ କହିଛନ୍ତି, “ଆଉ କୌଣସି ବିଦ୍ୟୁତ୍ କାଟ ହେବ ନାହିଁ। ମୁଁ…

Read More