Author: TRUPTIMAYEE SAHOO

ବର୍ତ୍ତମାନ ସମଗ୍ର ବିଶ୍ୱର ନଜର ପାକିସ୍ତାନ ଉପରେ। ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧର ସମାଧାନ ପାଇଁ ଇସଲାମାବାଦ ଏବେ ଏକ କୂଟନୈତିକ କେନ୍ଦ୍ର ପାଲଟିଛି। ଆମେରିକା ଓ ଇରାନ ମଧ୍ୟରେ ଅସ୍ଥାୟୀ ଯୁଦ୍ଧ ବିରତି ପରେ ଭବିଷ୍ୟତର ରଣନୀତି ପ୍ରସ୍ତୁତ କରିବାକୁ ଉଭୟ ଦେଶର ପ୍ରତିନିଧି ଦଳ ଏଠାରେ ପହଞ୍ଚିଛନ୍ତି। ମାତ୍ର ଏହି ଉଚ୍ଚସ୍ତରୀୟ ଆଲୋଚନା ମଧ୍ୟରେ ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି ପାକିସ୍ତାନ ସେନାଧ୍ୟକ୍ଷ ଫିଲ୍ଡ ମାର୍ଶଲ ଅସିମ ମୁନିରଙ୍କ ‘ପୋଷାକ’କୁ ନେଇ। ଗୋଟିଏ ଦିନରେ ଦୁଇଟି ଭିନ୍ନ ଅବତାରରେ ମୁନିରଙ୍କୁ ଦେଖିବାକୁ ମିଳିଛି, ଯାହାକୁ ବିଶେଷଜ୍ଞମାନେ ‘ପୋଷାକ କୂଟନୀତି’ (Sartorial Diplomacy) ବୋଲି ଅଭିହିତ କରୁଛନ୍ତି। ଏକାଧିକ ଅବତାର, ଭିନ୍ନ ଭିନ୍ନ ସନ୍ଦେଶ ଘଟଣାକ୍ରମ ଅନୁଯାୟୀ, ପ୍ରଥମେ ଇରାନ ସଂସଦର ବାଚସ୍ପତି ମହମ୍ମଦ ଘାଲିବାଫ ଓ ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚିଙ୍କ ନେତୃତ୍ୱରେ ଆସିଥିବା ୭୧ ଜଣିଆ ପ୍ରତିନିଧି ଦଳକୁ ଜେନେରାଲ ମୁନିର ସ୍ୱାଗତ କରିଥିଲେ। ଏହି ସମୟରେ…

Read More