Author: TRUPTIMAYEE SAHOO

ଯେତେବେଳେ ସାରା ବିଶ୍ୱ ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ତେଲ ସଂକଟରେ ଛଟପଟ ହେଉଛି, ସେତେବେଳେ ଭାରତ ଏକ ଏମିତି ଚମତ୍କାର କରି ଦେଖାଇଛି ଯାହା ଶୁଣିଲେ ପ୍ରତ୍ୟେକ ଭାରତୀୟ ଗର୍ବ ଅନୁଭବ କରିବେ। ଭାରତର PFBR ବା ପ୍ରୋଟୋଟାଇପ୍ ଫାଷ୍ଟ ବ୍ରିଡର୍ ରିଆକ୍ଟରର ସଫଳତା ସହ ଆମେ ଏବେ ‘ଥୋରିୟମ୍’ ଯୁଗରେ ପ୍ରବେଶ କରିବାକୁ ଯାଉଛୁ। ଏହାର ଅର୍ଥ ହେଉଛି, ଏବେ ଭାରତକୁ ବିଦେଶୀ ୟୁରେନିୟମ୍ କିମ୍ବା ଆରବ ଦେଶର ତେଲ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ବିଶ୍ୱର ସଙ୍କଟ ଓ ଭାରତର ଚ୍ୟାଲେଞ୍ଜ ପଶ୍ଚିମ ଏସିଆରେ ଯୁଦ୍ଧର ନିଆଁ ଜଳୁଛି। ଇରାନ ଏବଂ ଆମେରିକା ମଧ୍ୟରେ ଟେନସନ ଯୋଗୁଁ ଅଶୋଧିତ ତୈଳ ଦର ଆକାଶଛୁଆଁ ହୋଇଛି। ଭାରତ ଭଳି ଦେଶ, ଯିଏ ନିଜର ୮୦ ପ୍ରତିଶତ ତେଲ ଆବଶ୍ୟକତା ପାଇଁ ବିଦେଶ ଉପରେ ନିର୍ଭର କରେ, ତା’ ପାଇଁ ଏହା ଏକ ବଡ଼…

Read More