Author: TRUPTIMAYEE SAHOO

ପାଣି ନେବା ପାଇଁ ବିଶ୍ୱ ସାମ୍ନାରେ ପାକିସ୍ତାନର ଆରମ୍ଭ ହୋଇଛି ନାଟକ । ପାକିସ୍ତାନୀ ଗଣମାଧ୍ୟମ ଦ୍ୱାରା ଇସଲାମାବାଦକୁ ଏକ ପୀଡିତ ଭାବରେ ପ୍ରଦର୍ଶିତ କରିବା ରେ ଚାଲିଛି ଜୋରଦାର ପ୍ରୟାସ। ଯାହାର ମୁଖ୍ୟ କାରଣ ହେଉଛି ସିନ୍ଧୁ ନଦୀ ପ୍ରଣାଳୀର ଜଳ ବଣ୍ଟନ ଉପରେ ଭାରତକୁ ନିବୃତ୍ତ ରଖିବା । ଭାରତ ୨୦୨୫ର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ସହିତ ଜଳ ବଣ୍ଟନ ବନ୍ଦ କରିଥିଲା । ଯାହା ପରଠୁ ଜାତୀୟ ସ୍ତରରେ ସ୍ଥଗିତ ରହିଛି ଭାରତର ସିନ୍ଧୁ ଜଳ ଚୁକ୍ତିନାମା (IWT) । ଏ ନେଇ ଭାରତ ସ୍ପଷ୍ଟ କରିଛି ଯେ ‘ରକ୍ତ ଏବଂ ପାଣି ଏକାଠି ପ୍ରବାହିତ ହେବ ନାହିଁ।’ ଗତବର୍ଷ ଏପ୍ରିଲ ୨୨ରେ ପହଲଗାମର ବୈସାରନ ଉପତ୍ୟକାରେ ହୋଇଥିବା ଆକ୍ରମଣରେ ପର୍ଯ୍ୟଟକମାନଙ୍କୁ ଧର୍ମ ଆଧାରରେ ପୃଥକ କରାଯାଇଥିଲା । ଏହା ପରେ ୨୬ଜଣ ହିନ୍ଦୁ ପର୍ଯ୍ୟଟକ ଓ ବାସିନ୍ଦାଙ୍କୁ ମୁଣ୍ଡରେ ବନ୍ଧୁକ ରଖି ହତ୍ୟା…

Read More