Author: TRUPTIMAYEE SAHOO

କାଠମାଣ୍ଡୁ ମେୟରରୁ ଜାତୀୟ ନେତା ହୋଇଥିବା ବାଲେନ ଶାହଙ୍କ ମୁଣ୍ଡରେ ଚିନ୍ତାର ଚଡକ । ବାଲେନଙ୍କ ଦାୟିତ୍ୱ ଗ୍ରହଣ କରିବାର ଗୋଟିଏ ମାସରୁ କମ୍ ସମୟ ମଧ୍ୟରେ ବଢିବାକୁ ଲାଗିଲାଣି ନେପାଳରେ ଜନ ଆକ୍ରୋଶ । ପ୍ରତିବାଦ ରାସ୍ତାରୁ ଦେଶର ପ୍ରଶାସନିକ ସ୍ନାୟୁ କେନ୍ଦ୍ର, ସିଂହା ଦରବାର ପର୍ଯ୍ୟନ୍ତ ବ୍ୟାପିବାର ଲାଗିଛି । ଯେଉଁଥିରେ ଛାତ୍ର, ରାଜନୈତିକ ଗୋଷ୍ଠୀ ଏବଂ ସାଧାରଣ ନାଗରିକଙ୍କ ସମେତ ପ୍ରଦର୍ଶନକାରୀମାନେ କାଠମାଣ୍ଡୁ ଏବଂ ଅନ୍ୟାନ୍ୟ ସହରଗୁଡ଼ିକରେ ରାସ୍ତାକୁ ଓହ୍ଲାଇଛନ୍ତି। ତେବେ ପ୍ରତିବାଦର ଏକ ପ୍ରମୁଖ କାରଣ ହେଉଛି ‘ବର୍ଡର ଚାର୍ଜ’ । ଅର୍ଥାତ ଭାରତରୁ ଅଣାଯାଉଥିବା ୧୦୦ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ ଉପରେ ବାଧ୍ୟତାମୂଳକ ସୀମା ଶୁଳ୍କ ୫% ରୁ ୮୦% ପର୍ଯ୍ୟନ୍ତ ଲାଗୁ କରିବା ପାଇଁ ସରକାର ନେଇଛନ୍ତି ନିଷ୍ପତ୍ତି । ଯାହା ବୀରଗଞ୍ଜ ଏବଂ କାଠମାଣ୍ଡୁ ଭଳି ସୀମାନ୍ତ ସହରଗୁଡ଼ିକରେ ବିରୋଧ ପ୍ରଦର୍ଶନର କାରଣ ହୋଇଛି।  ସୀମାନ୍ତ ଅଞ୍ଚଳର ବାସିନ୍ଦାମାନେ କହିଛନ୍ତି ଯେ…

Read More