Author: TRUPTIMAYEE SAHOO

ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଏବେ ସରିବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା । ତଥାପି, କୂଟନୈତିକ ଆଲୋଚନା ସହିତ, ସଶସ୍ତ୍ର ସଂଘର୍ଷ ପାଇଁ ଏକକାଳୀନ ଚାଲିଛି ପ୍ରସ୍ତୁତି । ଯୁଦ୍ଧବିରତି ସମ୍ଭାବନାକୁ ନେଇ ଘେରି ରହିଛି ସସ୍ପେନ୍ସ । ବର୍ତ୍ତମାନ ପର୍ଯ୍ୟନ୍ତ, ଇସଲାମାବାଦରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ସମ୍ପର୍କରେ କିଛି ସ୍ପଷ୍ଟ ହୋଇନାହିଁ । ଇରାନ ଆମେରିକୀୟ ଧମକ ଏବଂ ପୂର୍ବ ସର୍ତ୍ତାବଳୀ ଆଗରେ ମୁଣ୍ଡ ନୁଆଁଇବାକୁ ସମ୍ପୂର୍ଣ୍ଣ ଅନିଚ୍ଛୁକ । ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଶାନ୍ତି ପାଇଁ କୌଣସି ଆଶା ଦେଖାଯାଉନଥିବା କହିଛନ୍ତି ବିଶେଷଜ୍ଞ । ଗତକାଲି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିଲେ ଯେ ଉପରାଷ୍ଟ୍ରପତି ଜେଡି ଭାନ୍ସ ଆଲୋଚନା ପାଇଁ ପାକିସ୍ତାନ ଯାତ୍ରା କରିବେ । ସେତେବେଳେ, ଏହା ମନେ ହେଉଥିଲା ଯେ ଯଦି ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଆଗକୁ ବଢ଼ିଥାଏ, ତେବେ ଯୁଦ୍ଧର ଆଶଙ୍କାପୂର୍ଣ୍ଣ…

Read More