Author: TRUPTIMAYEE SAHOO

ପଶ୍ଚିମବଙ୍ଗର ରାଜନୈତିକ ଚକ୍ରବ୍ୟୁହରେ କ’ଣ ଏଥର ମମତା ବାନାର୍ଜୀ ଫସିଯାଇଛନ୍ତି? କ’ଣ ଭବାନୀପୁର ହେବାକୁ ଯାଉଛି ଦ୍ୱିତୀୟ ନନ୍ଦୀଗ୍ରାମ? ମମତାଙ୍କ ଗଡ଼ରେ ବିଜେପି କ’ଣ ପୁଣିଥରେ ପଦ୍ମ ଫୁଟାଇବାରେ ସଫଳ ହେବ? ମମତା ଏବଂ ଶୁଭେନ୍ଦୁଙ୍କ ଏହି ଲଢ଼େଇ କ’ଣ କୌଣସି ଚମକାଇବା ଭଳି ଫଳାଫଳ ଆଣିବ? ଭବାନୀପୁର: ବଙ୍ଗଳା କୁରୁକ୍ଷେତ୍ରର ସବୁଠାରୁ ବଡ଼ କେନ୍ଦ୍ର ବଙ୍ଗଳା ନିର୍ବାଚନର ସେକେଣ୍ଡ ରାଉଣ୍ଡ ଆରମ୍ଭ ହୋଇଯାଇଛି। ମମତା ବାନାର୍ଜୀ ନିଜେ ରାସ୍ତାକୁ ଓହ୍ଲାଇଛନ୍ତି। ଭବାନୀପୁରରେ ନିଜ ଗଡ଼କୁ ବଞ୍ଚାଇବା ପାଇଁ ସେ ଶକ୍ତି ପ୍ରଦର୍ଶନ କରୁଛନ୍ତି, ପଦଯାତ୍ରା କରୁଛନ୍ତି । ଅତୀତରେ ସେହି ସିଟ୍‌ରୁ ମମତା ତିନି ଥର ଜିତି ସାରିଛନ୍ତି, କିନ୍ତୁ ଚତୁର୍ଥ ଥର ଲଢ଼େଇ ଏତେ ସହଜ ମନେ ହେଉନାହିଁ । ଦକ୍ଷିଣ ବଙ୍ଗଳା, ଯାହା ଟିଏମସିର ସବୁଠାରୁ ଶକ୍ତିଶାଳୀ ଦୁର୍ଗ ବୋଲି କୁହାଯାଏ, ସେଠାରେ ଏଥର ବିରୋଧୀଙ୍କ ହାୱା ଜୋରରେ ବହୁଛି । ଫିରାଦ ହାକିମଙ୍କ ଦାବି ବନାମ…

Read More