Author: TRUPTIMAYEE SAHOO

“ଆପଣ ସମୁଦ୍ରକୁ ଯାହା ଫିଙ୍ଗିବେ, ସମୁଦ୍ର ତାହା ହିଁ ଆପଣଙ୍କୁ ଫେରାଇବ।” ଏହି ବାସ୍ତବତାକୁ ପ୍ରମାଣ କରିଛି ଏକ ଛୋଟିଆ ପ୍ଲାଷ୍ଟିକ୍ କ୍ଷୀର ପାଉଚ୍। ମୁମ୍ବାଇବାସୀଙ୍କ ନିତିଦିନିଆ ଜୀବନ ସହ ଜଡ଼ିତ ସ୍ଥାନୀୟ ‘ମହାନନ୍ଦା’ ବ୍ରାଣ୍ଡ୍ କ୍ଷୀରର ଏକ ବ୍ୟବହୃତ ପ୍ଲାଷ୍ଟିକ୍ ପ୍ୟାକେଟ୍ ଆରବ ସାଗର ଦେଇ ହଜାର ହଜାର କିଲୋମିଟର ପାଣିରେ ଭାସି ଭାସି ସୁଦୂର ବ୍ରିଟେନ୍‌ର ଲଣ୍ଡନ ସମୁଦ୍ର କୂଳରେ ପହଞ୍ଚିବା ଘଟଣା ଏବେ ସମଗ୍ର ବିଶ୍ୱରେ ପରିବେଶବିତ୍‌ମାନଙ୍କୁ ସ୍ତବ୍ଧ କରିଦେଇଛି। ନା କୌଣସି ପାସପୋର୍ଟ, ନା ଭିସା, ନା କୌଣସି ଭୌଗୋଳିକ ସୀମା—ଆମ ଘରୁ ନିର୍ଗତ ହେଉଥିବା ଗୋଟିଏ ଛୋଟ ପ୍ଲାଷ୍ଟିକ୍ କିପରି ସମଗ୍ର ପୃଥିବୀ ପାଇଁ ମହାବିପଦ ସାଜୁଛି, ତାହାର ଏକ ଚିନ୍ତାଜନକ ଚିତ୍ର ରାଜଧାନୀ ଦିଲ୍ଲୀରେ ଆୟୋଜିତ ଏକ ଜାତୀୟ ପରିବେଶ ସମ୍ମିଳନୀରେ ଉପସ୍ଥାପନ କରାଯାଇଛି। ‘ଇଣ୍ଡିଆ କ୍ଲିନ୍-ଅପ୍ କନଫ୍ଲୁଏନ୍ସ ୨୦୨୬’: ଆଲୋଚନାରେ ଉଠିଲା ମୁମ୍ବାଇ ପାଉଚ୍ ପ୍ରସଙ୍ଗ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ହାବିଟାଟ୍ ସେଣ୍ଟରରେ…

Read More