Author: TRUPTIMAYEE SAHOO

BJP: ବିଜେପିର ବଢୁଥିବା ଆଧିପତ୍ୟ ବିଜେଡ଼ିର ଚିନ୍ତା ବଢାଇଲା। ନିକଟରେ ଦିଲ୍ଲୀ ନିର୍ବାଚନ ଫଳାଫଳ ଆସିବା ପରେ ସମଗ୍ର ଭାରତରେ ଭାରତୀୟ ଜନତା ପାର୍ଟି (ବିଜେପି)ର ବଢୁଥିବା ଆଧିପତ୍ୟ ଓଡ଼ିଶାରେ ବିଜୁ ଜନତା ଦଳ (ବିଜେଡି) ସମେତ ଆଞ୍ଚଳିକ ଦଳମାନଙ୍କ ମଧ୍ୟରେ ଚିନ୍ତା ବଢାଇଦେଇଛି। ରାଜ୍ୟମାନଙ୍କରେ ବିଜେପି ଶାସନ ବଢୁଥିବାରୁ ଆଞ୍ଚଳିକ ଦଳପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ବୋଲି ବିଜେଡି ଚେତାବନୀ ଦେଇଛି। ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଆଞ୍ଚଳିକ ଦଳଗୁଡ଼ିକ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ। ଯଦି ଆଞ୍ଚଳିକ ଦଳଗୁଡ଼ିକ ଦୁର୍ବଳ ହୋଇଯାଆନ୍ତି, ତେବେ ଏହା ଦ୍ୱାରା ଦେଶରେ ଗଣତନ୍ତ୍ର ଦୁର୍ବଳ ହୋଇଯିବ। ଯେହେତୁ ଆମର ସଂଘୀୟ ଶାସନ ବ୍ୟବସ୍ଥା । ତେଣୁ ଉଭୟ ଜାତୀୟ ଓ ଆଞ୍ଚଳିକ ଦଳ ରହିବା ଦରକାର ବୋଲି ଶ୍ରୀ ଆଚର୍ଯ୍ୟ କହିଛନ୍ତି। ଇତିମଧ୍ୟରେ ଆଞ୍ଚଳିକ ଦଳଗୁଡ଼ିକ ଧୀରେ ଧୀରେ ହ୍ରାସ ପାଇବ ବୋଲି କଂଗ୍ରେସ ପୂର୍ବାନୁମାନ କରିଛି,…

Read More