Author: TRUPTIMAYEE SAHOO

Barabati : ଫ୍ଲଡ୍ ଲାଇଟ୍ ଖରାପ ଯୋଗୁଁ ୨୫ ମିନିଟ୍ ବନ୍ଦ ରହିଲା ଖେଳ। କଟକ ବାରବାଟୀ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆରେ ଫ୍ଲଡ୍ ଲାଇଟ୍ ଖରାପ ଯୋଗୁଁ ୨୫ ମିନିଟ୍ ଖେଳ ବନ୍ଦ ରହିବା ଘଟଣାରେ ଓଡ଼ିଶା ସରକାର ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)କୁ ସ୍ପଷ୍ଟୀକରଣ ମାଗିବେ ବୋଲି ରାଜ୍ୟ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଅନ୍ୟ ବରିଷ୍ଠ ମନ୍ତ୍ରୀଙ୍କ ସହ ଉପସ୍ଥିତ ଥିବା ମନ୍ତ୍ରୀ କହିଛନ୍ତି, ଫ୍ଲଡ୍ ଲାଇଟ୍ ତ୍ରୁଟି ନେଇ ଓସିଏଠାରୁ ସ୍ପଷ୍ଟୀକରଣ ମଗାଯିବ। ଓସିଏ ପକ୍ଷରୁ ସମସ୍ତ ସତର୍କତା ଅବଲମ୍ବନ ଓ ବ୍ୟାପକ ଆଗୁଆ ବ୍ୟବସ୍ଥା ସତ୍ତ୍ୱେ ଏପରି ଘଟଣା ଘଟିଛି। ଭାରତ ବ୍ୟାଟିଂର ସପ୍ତମ ଓଭରରେ ଗୋଟିଏ ଫ୍ଲଡ୍ ଲାଇଟ୍ ଟାୱାର ଖରାପ ହେବାରୁ ପଡ଼ିଆର କିଛି ଅଂଶ ଅନ୍ଧାରରେ ବୁଡ଼ି ଯାଇଥିଲା। ଯାହାଫଳରେ ଅନଫିଲ୍ଡ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଓ ଶୁଭମନ…

Read More