Author: TRUPTIMAYEE SAHOO

Bhubaneswar: ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଉତ୍ତରପ୍ରଦେଶରେ ହୋଇଥିବା ସହରାଞ୍ଚଳ ଯୋଜନା ମଡେଲରୁ ପ୍ରେରଣା ନେଇ ଏଲିଭେଟେଡ୍ ରୋଡ୍ କରିଡର ଏବଂ ଆଭ୍ୟନ୍ତରୀଣ ରିଙ୍ଗରୋଡ୍ ପ୍ରକଳ୍ପ ଚାଲିଛି ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରବିବାର କହିଛନ୍ତି।ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଏହି ଏଲିଭେଟେଡ୍ କରିଡର ପ୍ରକଳ୍ପ ବିଶେଷ କରି ଜୟଦେବ ବିହାର ଆଖପାଖରେ ପ୍ରବଳ ଟ୍ରାଫିକ୍ ସମସ୍ୟାକୁ ସମାଧାନ କରିବ ବୋଲି ଆଶା କରାଯାଉଛି। ପ୍ରାୟ ୭ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ ଭୁବନେଶ୍ୱର ଓ କଟକ ଟ୍ୱିନ୍ ସିଟିକୁ ‘ଏ’ ଗ୍ରେଡ୍ ମାନ୍ୟତା ଦେବାକୁ ଲକ୍ଷ୍ୟ ରଖିଛି। ଯୋଜନା ଅନୁଯାୟୀ ସହରର ପାର୍ଶ୍ୱ ସମ୍ପ୍ରସାରଣ ପାଇଁ ୧୪୨ କିଲୋମିଟର ରିଂ ରୋଡ୍ ନିର୍ମାଣ କରାଯିବ।ସହରର କଳିଙ୍ଗ ହସ୍ପିଟାଲ ଛକ, ଚନ୍ଦ୍ରଶେଖରପୁର, ପଟିଆ, ଡମଣା ଓ ରଘୁନାଥପୁର ଭଳି ପ୍ରମୁଖ…

Read More