Author: TRUPTIMAYEE SAHOO

High Coart: ରାଜନଗରନିବାସୀ ହରିହର ସାହୁ ଏହି ପିଟିସନ ଦାଖଲ କରିଥିବା ବେଳେ ତାଙ୍କ ପକ୍ଷରୁ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ଯୁକ୍ତି ଉପସ୍ଥାପନ କରିଥିଲେ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତହସିଲ ଅନ୍ତର୍ଗତ ରାଜନଗର ଗ୍ରାମରେ ଜବରଦଖଲ ହୋଇଥିବା ଗୋଚର ଜମିରେ ମନ୍ଦିର ନିର୍ମାଣ ଓଡ଼ିଶା ହାଇକୋର୍ଟଙ୍କ ନଜରକୁ ଆସିଛି। ମନ୍ଦିର ନିର୍ମାଣ ବିରୋଧରେ ହସ୍ତକ୍ଷେପ ପାଇଁ ହୋଇଥିବା ଆବେଦନର ଶୁଣାଣି କରି ଜଷ୍ଟିସ୍ ଏସ୍ କେ ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ ଓ ଜିଲ୍ଲାପାଳଙ୍କୁ ନୋଟିସ୍ ଜାରି କରିଛନ୍ତି। ଜଷ୍ଟିସ ପାଣିଗ୍ରାହୀ ଗତ ଫେବ୍ରୁଆରି ୪ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ଯେ ଗୋଚର ଜମିରେ ମନ୍ଦିର ନିର୍ମାଣ କରିଥିବା ଜବରଦଖଲକାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ, ସେନେଇ ଜଳେଶ୍ୱର ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୨୦ ତାରିଖରେ ହେବ।…

Read More