Author: TRUPTIMAYEE SAHOO

Jatra: କେନ୍ଦ୍ରାପଡ଼ାରେ ନୃତ୍ୟଶିଳ୍ପୀ ନିଶା ମହାରଣାଙ୍କ ଅଶ୍ଳୀଳ ନୃତ୍ୟକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟି ୨ ଜଣ ଗୁରୁତର ଆହତ ହୋଇଛନ୍ତି। ରାଜ୍ୟ ସରକାର ଯାତ୍ରା ଶୋ’ରେ ଅଶ୍ଳୀଳତା ଉପରେ କଟକଣା ଲଗାଇବା ଏବଂ ଅଶ୍ଳୀଳ ନୃତ୍ୟ ବନ୍ଦ କରିବା ପାଇଁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ୫ ମାସ ତଳେ ନୂଆ ନିୟମ ପ୍ରଣୟନ କରିବାକୁ ଘୋଷଣା କରିଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ। ଫଳରେ ପୂର୍ବପରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଚାଲୁ ରହିଛି। ପୂର୍ବ ସରକାର ମଧ୍ୟ ଏନେଇ କଟକଣା ଜାରି କରିବାର ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ଯାତ୍ରା ଆୟୋଜକମାନେ ଲୋକଙ୍କୁ ଆକୃଷ୍ଟ କରିବା ଓ ଅଧିକ ଟଙ୍କା ରୋଜଗାର ଲୋଭରେ ଆପତ୍ତିଜନକ ପ୍ରଦର୍ଶନ ଜାରି ରଖିଛନ୍ତି। ଯାହାକୁ ନେଇ ରବିବାର କେନ୍ଦ୍ରାପଡ଼ାରେ ନୃତ୍ୟଶିଳ୍ପୀ ନିଶା ମହାରଣାଙ୍କ ଅଶ୍ଳୀଳ ପରିବେଷଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟି ୨ ଜଣ ଗୁରୁତର ଆହତ ହୋଇଛନ୍ତି।…

Read More