What's Hot
Author: TRUPTIMAYEE SAHOO
Bargarh: ପଶ୍ଚିମ ଓଡ଼ିଶାର ପ୍ରମୁଖ ଭାଷା ସମ୍ବଲପୁରୀ/କୋସଲିକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବା ଦିଗରେ ପଦକ୍ଷେପ ନେବାକୁ ସାଂସଦ ଗୃହମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଗନ୍ଧମାର୍ଦ୍ଦନ ପାହାଡ଼ର ଐତିହାସିକ, ସାଂସ୍କୃତିକ, ଧାର୍ମିକ ଓ ପରିବେଶଗତ ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରି ଏହାର ସୁରକ୍ଷା ଓ ସଂରକ୍ଷଣ ଦିଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପ୍ରଦୀପ ନୂଆଦିଲ୍ଲୀରେ ଶାହଙ୍କୁ ଭେଟି ଏ ସଂକ୍ରାନ୍ତରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସ୍ମାରକପତ୍ରରେ ସେ କହିଛନ୍ତି ଯେ ଗନ୍ଧମାର୍ଦ୍ଦନ ପର୍ବତମାଳାରେ ଶ୍ରଦ୍ଧାଳୁ ନୃସିଂହନାଥ ଓ ହରିଶଙ୍କର ମନ୍ଦିର ସମେତ ଅନେକ ପ୍ରାଚୀନ ପୀଠ ରହିଛି। ଏହି ମନ୍ଦିରଗୁଡ଼ିକ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିଥାଏ ଏବଂ ଯାହା ଏହି ଅଞ୍ଚଳକୁ ଏକ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ସାଂସ୍କୃତିକ ଐତିହ୍ୟ ସ୍ଥଳର ମାନ୍ୟତା ଦେଇଛି। ସେ ଗନ୍ଧମାର୍ଦ୍ଦନର ଐତିହାସିକ ପ୍ରାସଙ୍ଗିକତା ଉପରେ ମଧ୍ୟ ଆଲୋକପାତ କରିଥିଲେ ଏବଂ…
