Author: TRUPTIMAYEE SAHOO

IAS: ଏହି ବରିଷ୍ଠ ଅଧିକାରୀମାନେ ଏଡିପି ଓ ଏବିପି ଅଧୀନରେ ହୋଇଥିବା ଯୋଜନାର ଅଗ୍ରଗତି ସମୀକ୍ଷା କରିବେ ବୋଲି ଯୋଜନା ଓ ସମନ୍ୱୟ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ନିତି ଆୟୋଗର ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ (ଏଡିପି) ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ (ଏବିପି) ଅଧୀନରେ ରାଜ୍ୟ ସରକାର ୧୬ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଆକାଂକ୍ଷୀ ଜିଲ୍ଲା ଦାୟିତ୍ୱରେ ଥିବା ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ଏହି ବରିଷ୍ଠ ଅଧିକାରୀମାନେ ଏଡିପି ଓ ଏବିପି ଅଧୀନରେ ଏହି ଜିଲ୍ଲାଗୁଡ଼ିକରେ ହୋଇଥିବା ଯୋଜନାର ଅଗ୍ରଗତି ସମୀକ୍ଷା କରିବେ ବୋଲି ଯୋଜନା ଓ ସମନ୍ୱୟ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଗୋପବନ୍ଧୁ ପ୍ରଶାସନ ଏକାଡେମୀର ମହାନିର୍ଦ୍ଦେଶକ ଜି ମାଥିଭାଥନନଙ୍କୁ ବଲାଙ୍ଗୀର ଜିଲ୍ଲା ଦାୟିତ୍ୱ ଦିଆଯାଇଥିବା ବେଳେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କୁ ସମ୍ବଲପୁର ଦାୟିତ୍ୱ ଦିଆଯାଇଛି। ଶର୍ମା କେନ୍ଦୁଝର ଜିଲ୍ଲା ଦାୟିତ୍ୱରେ ଥିବା ସଚିବ…

Read More