Author: TRUPTIMAYEE SAHOO

Congress: ୧୮ରୁ ସଂକଳ୍ପ ପଦଯାତ୍ରା ଆରମ୍ଭ ଓଡ଼ିଶା ପ୍ରଦେଶ କଂଗ୍ରେସର ନବନିଯୁକ୍ତ ସଭାପତି ଭକ୍ତଚରଣ ଦାସଙ୍କ ‘ମାଷ୍ଟରଷ୍ଟ୍ରୋକ’କୁ ନେଇ ରାଜନୀତିକ ମହଲରେ ହଟଚମଟ ଆରମ୍ଭ ହୋଇଛି । ପିସିସି ସଭାପତି ଭାବେ ନିଯୁକ୍ତି ପାଇବା ପରେ ଭକ୍ତ ଦାସଙ୍କ ଦସ୍ତଖତରେ ଶୁକ୍ରବାର ୫ଧାଡ଼ିର ପ୍ରେସ୍ ରିଲିଜ୍ ଜାରି ହୋଇଛି । ଯାହାକି ରାଜ୍ୟରେ କଂଗ୍ରେସକୁ ପୁଣିଥରେ ସୁଦୃଢ଼ କରିବା ଦିଗରେ ସଞ୍ଜିବନୀ ଭଳି କାର୍ଯ୍ୟ କରିବ ବୋଲି ଆକଳନ କରାଯାଉଛି । ଏହାସହିତ ଭକ୍ତଙ୍କ ଏଭଳି ଆଭିମୁଖ୍ୟ ସୁଦୃଢ଼ ବିରୋଧୀ ଦଳର ଅଭାବକୁ ପୂରଣ କରିବାରେ ସହାୟକ ହେବ ବୋଲି ଚର୍ଚ୍ଚା ଜୋର ଧରିଛି । ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସଙ୍କ ଦସ୍ତଖତରେ ପ୍ରେସ୍ ରିଲିଜ୍ ମାଧ୍ୟମରେ ଶ୍ରୀ ଦାସ କଂଗ୍ରେସର ପୁରୁଣା କର୍ମୀ ଓ ନେତାମାନଙ୍କୁ ପୁଣିଥରେ ଦଳରେ ସ୍ୱାଗତ କରିଛନ୍ତି । “ଯେଉଁମାନଙ୍କୁ କୌଣସି ନା କୌଣସି ପରିସ୍ଥିତିରେ ଦଳରୁ ନିଲମ୍ବନ ଓ ବହିଷ୍କାର କରାଯାଇଥିଲା, ତାକୁ…

Read More