What's Hot
Author: TRUPTIMAYEE SAHOO
Olive Ridley: ପ୍ରଥମ ଦିନରେ ୧୧ହଜାର କଇଁଛ ଅଣ୍ଡା ଦେଲେ ଗଞ୍ଜାମ ବ୍ଲକ୍ ଋଷିକୂଲ୍ୟା ମୁହାଣରେ ବିରଳ ଅଲିଭ୍ ରିଡ୍ଲେ କଇଁଛଙ୍କ ଗଣଅଣ୍ଡାଦାନ ପର୍ବ ଆରମ୍ଭ ହୋଇଛି। ବିଶ୍ୱର ସର୍ବବୃହତ ଗଣଅଣ୍ଡାଦାନସ୍ଥଳୀ ମାନ୍ୟତା ପାଇଥିବା ଋଷିକୂଲ୍ୟା ମୁହାଣ ସଂଲଗ୍ନ ବାଲୁକାଶଯ୍ୟା ପୋଡ଼ମପେଟାରେ ସୃଷ୍ଟି ହୋଇଥିବା ଡାଇନାମିକ୍ ବିଚ୍ (ପରିବର୍ତ୍ତନଶୀଳ ବେଳାଭୂମି)ରେ ଗଣଅଣ୍ଡାଦାନ ହୋଇଛି। ହଜାର ହଜାର ସଂଖ୍ୟାରେ କଇଁଛ ସମୁଦ୍ରରୁ କୂଳକୁ ଆସି ବାଲୁକା ଶଯ୍ୟାରେ ଅଣ୍ଡାଦାନ କରୁଛନ୍ତି। ଚଳିତ ବର୍ଷ ପାଗ ଅନୁକୂଳ ରହିଥିବାରୁ ଠିକ୍ ସମୟରେ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ବେଳାଭୂମିରୁ ୧ରୁ ଦେଢ଼ କିମି ମଧ୍ୟରେ ସମୁଦ୍ର ଭିତରେ ପ୍ରୟାଗୀଠାରୁ ଆର୍ଯ୍ୟପଲ୍ଲୀ ପର୍ଯ୍ୟନ୍ତ ଲକ୍ଷାଧିକ ସଂଖ୍ୟାରେ କଇଁଛ ରହିଛନ୍ତି। ତେବେ ପର୍ଯ୍ୟାୟ କ୍ରମେ କଇଁଛ ବେଳାଭୂମିକୁ ଆସି ଅଣ୍ଡାଦାନ କରିବେ ବୋଲି ଆଶା କରାଯାଉଛି। ଚଳିତ ବର୍ଷ ଦିନ ସମୟରେ ମଧ୍ୟ ଅଣ୍ଡାଦାନ ଚାଲିଥିବା ଦେଖିବାକୁ ମିଳିଛି। ରବିବାର ସଂଧ୍ୟା ସୁଦ୍ଧା ୧୧ହଜାରରୁ ଅଧିକ କଇଁଛ…
