Author: TRUPTIMAYEE SAHOO

Toronto: ରନଓ୍ୱେରେ ବରଫ ଯୋଗୁଁ ଘଟିଲା ଦୁର୍ଘଟଣା ପୁଣି ଏକ ବଡ଼ ଧରଣର ବିମାନ ଦୁର୍ଘଟଣା । କାନାଡ଼ା ଟରୋଣ୍ଟୋ ପିଅର୍ସନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସୋମବାର ସକାଳେ ଅବତରଣବେଳେ ଡ଼େଲଟା ଏୟାରଲାଇନ୍ସର ଜେଟ ବିମାନଟି ଓଲଟିପଡିଥିଲା। ତେବେ ଆଶ୍ଚର୍ଯ୍ୟଜନକ ଭାବେ ବିମାନରେ ଥିବା ୮୦ ଜଣ ଯାତ୍ରୀ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିବା ବିମାନ ବନ୍ଦର ଅଧିକାରୀ ସୂଚନା ଦେଇଛନ୍ତି।  ଏହି ଦୁର୍ଘଟଣାରେ ୧୮ ଜଣ ଆହତ ହୋଇଛନ୍ତି। ଏହି ବିମାନଟି ମିନେପଲିସରୁ ୭୬ ଜଣ ଯାତ୍ରୀ ଓ ୪ଜଣ କ୍ରିୟୁ ସଦସ୍ୟଙ୍କୁ ନେଇ ଉଡ଼ାଣ ଭରିଥିଲା। ଟରୋଣ୍ଟୋ ବିମାନବନ୍ଦର ରନଓ୍ୱେ ବରଫାବୃତ ଥିବାରୁ ବିମାନଟି ଅବତରଣ ବେଳେ ଗୋଟିଏ ପାର୍ଶ୍ୱକୁ ଓଲଟି ପଡିଥିବା ଜଣାପଡିଛି। ତେବେ କାନାଡିଆନ ଅଧିକାରୀ ଦୁଇଟି ସାମ୍ବାଦିକ ସମ୍ମିଳନୀ କରିଥିଲେ ମଧ୍ୟ ଦୁର୍ଘଟଣାର ସଠିକ କାରଣ କହିନାହାନ୍ତି। ତେବେ ସୋସିଆଲ ମିଡିଆରେ ଭାଇରାଲ ହେଇଥିବା ଭିଡିଓରେ ମିଟସୁବୁଶି ସିଆରଜେ-୯୦୦ଏଲଆର ବିମାନଟି ଓଲଟିପଡିବା ପରର ଦୃଶ୍ୟ ରହିଛି।…

Read More