Author: TRUPTIMAYEE SAHOO

Lingaraj Temple: ଶାନ୍ତିଶୃଙ୍ଖଳା ପାଇଁ ମୁତୟନ ହେବେ ୪୦ ପ୍ଲାଟୁନ ଫୋର୍ସ ଭୁବନେଶ୍ୱରର ପ୍ରାଚୀନ ପାରମ୍ପାରିକ ଜାଗରଯାତ୍ରା ମହାଶିବରାତ୍ରୀ ଉତ୍ସବରେ ଚଳିତ ବର୍ଷ ମହାଦୀପ ରାତ୍ର ୧୦ଘଟିକାରେ ଉଠିବ ବୋଲି ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମନ୍ୱୟ କମିଟି ବୈଠକରେ ସର୍ବସମତି କ୍ରମେ ନିଷ୍ପତ୍ତି ନିଆଯାଇଛି l  ବୈଠକରେ ଏକାମ୍ର ବିଧାୟକ ବାବୁ ସିଂହ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟେଟ ଚଞ୍ଚଳ ରା଼ଣା, ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି ଯୋଗଦେଇ ସମନ୍ୱୟ କମିଟି ସହ ପୁଙ୍ଖାନୁପୁଙ୍ଖ ଭାବେ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ l ଚଳିତ ବର୍ଷ ମହାପ୍ରଭୁଙ୍କ ଜାଗର ଯାତ୍ରାକୁ ଆନନ୍ଦ, ଉଲ୍ଲାସ, ଭାଇଚାର, ଶାନ୍ତି, ମୈତ୍ରୀ, ସହ୍ୱାର୍ଦ୍ଧ ପୂର୍ଣ୍ଣ ବାତାବରଣ ଓ ଆଧ୍ୟାତ୍ମିକ ମନୋଭାବ ସହକାରେ ପାଳନ ନିମିତ୍ତ ବିଭିନ୍ନ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା l ଆସନ୍ତା ୨୬ ତାରିଖ ମହାଶିବ ରାତ୍ରୀ ଦିବସ ଦିନ ପ୍ରାତ:୩ଘଟିକା…

Read More