Author: TRUPTIMAYEE SAHOO

Governor Odisha: ରାଜ୍ୟପାଳଙ୍କ ସହ ଭାବ ବିନିମୟ କଲେ କାଶ୍ମୀରର ଯୁବ ପ୍ରତିନିଧି କାଶ୍ମୀର ଉପତ୍ୟକାର ଯୁବବର୍ଗ ଏକ ବିକଶିତ ଭାରତର ନିର୍ମାତା ହୁଅନ୍ତୁ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଆହ୍ୱାନ ଜଣାଇଛନ୍ତି । ମଙ୍ଗଳବାର ରାଜଭବନର ନ୍ୟୁ ଅଭିଷେକ ହଲଠାରେ ପଂଚମ କାଶ୍ମୀର ଯୁବ ବିନିମୟ କାର୍ଯ୍ୟକ୍ରମରେ କାଶ୍ମୀର ଉପତ୍ୟକାରୁ ଆସିଥିବା ଯୁବ ପ୍ରତିନିଧିମାନେ ରାଜ୍ୟପାଳଙ୍କ ସହ ଭାବ ବିନିମୟ କରିବା ଅବସରରେ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି । କାଶ୍ମୀରର ଯୁବ ପ୍ରତିନିଧିମାନଙ୍କୁ ଉଦ୍‌ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଏହି ଯୁବ ବିନିମୟ କାର୍ଯ୍ୟକ୍ରମ ଜାତୀୟ ସଂହତିକୁ ସୁଦୃଢ଼ କରିବା ଏବଂ ବିଭିନ୍ନ ଅଂଚଳର ଯୁବପିଢ଼ିଙ୍କ ମଧ୍ୟରେ ବୁଝାମଣା ଓ ସଦ୍‌ଭାବ ବୃଦ୍ଧି କରିବା ପାଇଁ ଆମ ଦେଶର ପ୍ରତିବଦ୍ଧତା ସୂଚାଉଛି । ଏହା ମଧ୍ୟ “ଏକ ଭାରତ – ଶ୍ରେଷ୍ଠ ଭାରତ” ଭାବନାକୁ ପ୍ରତିଫଳିତ କରୁଛି ଯାହା ବିଭିନ୍ନ ରାଜ୍ୟର ଯୁବ ବର୍ଗ…

Read More