Author: TRUPTIMAYEE SAHOO

ଧାନକିଣରେ ଚାଷୀଙ୍କ ସ୍ୱାର୍ଥକୁ ପ୍ରାଥମିକତା; ମନ୍ତ୍ରୀ ମୁନଫାଖୋର ବ୍ୟବସାୟୀଙ୍କ ବିରୋଧରେ ହେବ ଦୃଢକର୍ଯ୍ୟାନୁଷ୍ଠାନ ଚଳିତ ଖରିଫ୍‌ ଋତୁରେ ଧାନକିଣା ପ୍ରକ୍ରିୟାକୁ ସୁଚାରୁ ରୂପେ ପରିଚାଳନା କରିବା ନିମନ୍ତେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପରାମର୍ଶ ଦେଇଛନ୍ତି । ଚାଷୀମାନଙ୍କ ହିତକୁ ଅଗ୍ରାଧିକାର ଦେବା ସହ ସେମାନଙ୍କ ସମସ୍ୟାକୁ ଗୁରୁତର ଭାବେ ବିଚାର କରି ତ୍ୱରିତ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଅଧିକାରୀମାନଙ୍କୁ କହିଛନ୍ତି । କୌଣସି ଅନିୟମିତତାର ଅଭିଯୋଗ ଆସିଲେ ସ୍ଥଳ ବିଶେଷରେ ଏହାର ସମାଧାନ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । କୌଣସି ପଞ୍ଜୀକୃତ ଚାଷୀ ଯେପରି ଧାନକିଣାରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଏଣିକି ଆସନ୍ତା ଜାନୁଆରି ମାସରୁ ମାସିକିଆ ରାସନ ପ୍ରଦାନ କରାଯିବ।  ପ୍ରତ୍ୟେକ ମାସର ରାସନ ପୂର୍ବ ମାସର ଶେଷ ସପ୍ତାହ ସୁଦ୍ଧା…

Read More