Author: TRUPTIMAYEE SAHOO
ସରିଲା ଦ୍ୱିତୀୟ ପ୍ରବାସୀ ନୃତ୍ୟ ସଙ୍ଗମ କାର୍ଯ୍ୟକ୍ରମ ଓଡ଼ିଶୀ ନୃତ୍ୟ ପରିବେଷଣ କଲେ ଆମେରିକା ନୃତ୍ୟଶିଳ୍ପୀ ଓଡ଼ିଶାର ନୃତ୍ୟ ପରମ୍ପରା ହେଉଛି କାଳଜୟୀ। ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ ଏବଂ ଓଡ଼ିଶାର ବିଭିନ୍ନ ଲୋକନୃତ୍ୟରେ ପ୍ରତିବିମ୍ବିତ ହୁଏ ଓଡ଼ିଆ ସଂସ୍କୃତି, ପରମ୍ପରା ଏବଂ ଓଡ଼ିଆ ଅସ୍ମିତା। ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ ଏବଂ ବିଭିନ୍ନ ଲୋକନୃତ୍ୟ ପାଇଁ ଆମେ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଓଡ଼ିଶାର ବିଭିନ୍ନ ନୃତ୍ୟର ବହୁଳ ପ୍ରଚାର-ପ୍ରସାର ଏବଂ ସାଂସ୍କୃତିକ ଭାବ ବିନିମୟ ନିମନ୍ତେ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଅନୁଷ୍ଠିତ ହୋଇଛି “ଦ୍ଵିତୀୟ ପ୍ରବାସୀ ନୃତ୍ୟ ସଙ୍ଗମ” କାର୍ଯ୍ୟକ୍ରମ। ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଏବଂ ଆମେରିକା ସ୍ଥିତ ‘ନୃତ୍ୟସାଧନା’ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମିଳିତ ସହଯୋଗରେ ଓଡ଼ିଶୀ ଗବେଷଣା କେନ୍ଦ୍ର ସ୍ଥିତ ‘ଉତ୍କଳ ରଙ୍ଗମଞ୍ଚ’ରେ ଅନୁଷ୍ଠିତ ହୋଇଯାଇଛି ‘ଦ୍ୱିତୀୟ…
