Author: TRUPTIMAYEE SAHOO

ସଂସଦରେ ବିଜେପି-ଇଣ୍ଟିଆମେଣ୍ଟ ମୁହାଁମୁହିଁ ବିଆର୍ ଆମ୍ବେଦକରଙ୍କୁ ନେଇ ଥମୁନି ବିବାଦ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆମ୍ୱେଦକରଙ୍କ ପ୍ରତି ଅରୁଚିକର ଓ କଟୁ ମନ୍ତବ୍ୟ ନେଇ ଉଭୟ ଗୃହ ତିନି ଦିନ ହେଲା ସରଗରମ ହୋଇଉଠିଛି। ଅମିତ ଶାହଙ୍କ ତୁରନ୍ତ ଇସ୍ତଫା କଂଗ୍ରେସ ଓ ଇଣ୍ଡିଆମେଣ୍ଟ ଦାବି କରିଥିବା ବେଳେ ଆଜି କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଗୁରୁବାର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଛନ୍ତି। ଆରଏସ ଅଧ୍ୟକ୍ଷଙ୍କୁ ଦିଆଯାଇଥିବା ନୋଟିସରେ ଖଡ଼ଗେ ଅଭିଯୋଗ କରିଛନ୍ତି ଯେ ଶାହଙ୍କ ମନ୍ତବ୍ୟ ସମ୍ବିଧାନର ସ୍ଥାପକଙ୍କ ପ୍ରତି ଅପମାନ, ଏହା ଅଧିକାର ଉଲ୍ଲଂଘନ ଏବଂ ଗୃହର ଅବମାନନା ସଦୃଶ। ଖଡ଼ଗେ ତାଙ୍କ ନୋଟିସରେ ଲେଖିଛନ୍ତି, “ମୁଁ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ରାଜ୍ୟ ପରିଷଦ (ରାଜ୍ୟସଭା)ରେ କାର୍ଯ୍ୟ ପ୍ରଣାଳୀ ଏବଂ କାର୍ଯ୍ୟ ଆଚରଣ ନିୟମର ନିୟମ ୧୮୮ ଅନୁଯାୟୀ ସ୍ୱାଧିକାର ଭଙ୍ଗର ନୋଟିସ୍…

Read More