Author: TRUPTIMAYEE SAHOO

ଚାରବାଟିଆକୁ ପୂର୍ଣ୍ଣାଙ୍ଗ ବିମାନବନ୍ଦର ପାଇଁ ଅନୁରୋଧ ମଜଭୁତ ହେବ ରାଜ୍ୟ ଅର୍ଥନୀତି ମିଳିବ ରୋଜଗାର ସୁଯୋଗ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଗୁରୁବାର ଓଡ଼ିଶାର ସାଂସଦଙ୍କ ଏକ ପ୍ରତିନିଧିମଣ୍ଡଳୀ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁଙ୍କୁ ଭେଟିଛନ୍ତି । ରାଜ୍ୟରେ ନୂତନ ବିମାନବନ୍ଦର ନିର୍ମାଣ, ନୂତନ ଟର୍ମିନାଲ ନିର୍ମାଣ, ବିମାନବନ୍ଦର ସମ୍ପ୍ରସାରଣ ଓ ସଂଯୋଗୀକରଣ, ଯାତ୍ରୀ ସୁବିଧା ଏବଂ ଯୋଗାଯୋଗ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଏହି ପ୍ରତିନିଧିମଣ୍ଡଳୀଙ୍କ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।   ବିଜେପି ସାଂସଦମାନଙ୍କ ପକ୍ଷରୁ ଉପସ୍ଥାପିତ କରାଯାଇଥିବା ଦାବି ଗୁଡ଼ିକ ହେଉଛି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ନୂତନ ଟର୍ମିନାଲ ଭବନ ନିର୍ମାଣ, ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ଦ୍ୱିତୀୟ ପର୍ଯ୍ୟାୟ ନବୀକରଣ, ପୁରୀରେ ନୂଆ ବିମାନବନ୍ଦର ପ୍ରତିଷ୍ଠା ସହ କଟକ ଚାରବାଟିଆ ଏୟାରଫିଲ୍ଡକୁ ପୂର୍ଣ୍ଣାଙ୍ଗ ବେସାମରିକ ବିମାନବନ୍ଦରରେ ପରିଣତ କରାଯାଉ । ରାଉରକେଲା ଓ…

Read More