Author: TRUPTIMAYEE SAHOO

ବୋଟ୍‌ରେ ନଥିଲା ଲାଇଫ୍‌ ଜ୍ୟାକେଟ୍‌ ନେଭି ଡ୍ରାଇଭର୍‌ଙ୍କ ବିରୋଧରେ ଏଫଆଇଆର ମୃତାହତଙ୍କ ପାଇଁ ପ୍ରଧାନମନ୍ତ୍ରୀ ଓ ଫଡ଼ନାବିସଙ୍କ ସହାୟତା ମୁମ୍ବାଇ ଗେଟ୍‌ଓ୍ୱେ ଅଫ୍ ଇଣ୍ଡିଆ ନିକଟରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଫେରିବୋଟ୍‌କୁ ନୌସେନାର ସ୍ପିଡ୍ ବୋଟ୍ ଧକ୍କା ଦେଇଥିଲା। ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଏବେ ବି ଜଣେ ବ୍ୟକ୍ତି ଓ ଜଣେ ଶିଶୁ ନିଖୋଜ ଅଛନ୍ତି। ନିଖୋଜ ଦୁଇ ଜଣ ହେଲେ ୪୩ ବର୍ଷୀୟ ହଂସରାଜ ଭାଟି ଓ ୭ ବର୍ଷୀୟ ଜୋହାନ ମହମ୍ମଦ ନିସାର ଅହମ୍ମଦ ପଠାନ। ମୁମ୍ବାଇ ଗେଟ୍‌ଓ୍ୱେ ଅଫ୍‌ ଇଣ୍ଡିଆ ପାଖରେ ହୋଇଥିବା ବୋଟ ଦୁର୍ଘଟଣା ମାମଲାରେ ନୌସେନା ସ୍ପିଡ୍‌ ବୋଟ୍‌ ଡ୍ରାଇଭରଙ୍କ ବିରୋଧରେ ହେବ ଆକ୍ସନ୍‌। ପୁଲିସ୍‌ ନେଭି ଡ୍ରାଇଭରଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିଛି। ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ନାଥାରାମ ଚୌଧୁରୀ ନୌସେନା ଡ୍ରାଇଭରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଏହାକୁ ଆଧାର କରି କୋଲାବା ପୁଲିସ ମାମଲା…

Read More